ଗର୍ଭବତୀ ବିଲେଇ ରାଧାର ମୃତ୍ୟୁକୁ ନେଇ କଟକରୁ ଭୁବନେଶ୍ୱର ପାଲା: ଥାନାରେ ପହଁଚିଲେ ଅଭିନେତ୍ରୀ ସୁଲଗ୍ନା

ଭୁବନେଶ୍ୱର(କେନ୍ଯୁଜ୍):ବିଲେଇ ପାଇଁ କଟକରୁ ଭୁବନେଶ୍ୱର ପାଲା । ଥାନାରେ ପହଂଚିଲା ମାମଲା । ଚିକିତ୍ସା ଅବହେଳାରୁ ଗର୍ଭବତୀ ବିଲେଇ ରାଧାର ମୃତ୍ୟୁ ଅଭିଯୋଗ । ଥାନାରେ ଏତଲା ଦେଲେ ରାଧାର ମାଲିକାଣୀ ଅଭିନେତ୍ରୀ ସୁଲଗ୍ନା । ଅଭିଯୋଗ ମୁତାବକ, ଗର୍ଭବତୀ ବିଲେଇ ରାଧା ଅସୁସ୍ଥ ହେବାରୁ ତାକୁ ଭୁବନେଶ୍ୱର ସହିଦନଗର ସ୍ଥିତ ପ୍ରାଣୀ ଚିକିତ୍ସାଳୟ ନେଇଥିଲେ । ସେଠାରେ ଡାକ୍ତରଙ୍କ ଅବହେଳାରୁ ରାଧାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସୁଲଗ୍ନାଙ୍କ ପରିବାର ।

cat death

ବିଲେଇର ମୃତ୍ୟୁ ପରେ ବିଡାନାସୀ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ହେଲେ ସହିଦନଗର ଥାନାରେ ଏତଲା ଦେବାକୁ ପରାମର୍ଶ ଦେଇଥିଲେ ବିଡାନାସୀ ଆଇଆଇସି । ଆଜି ରାଧାର ମାଲିକାଣୀ ସହିଦନଗର ଥାନା ଆସି ଏତଲା ଦେଇଛନ୍ତି । ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.