ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲର ସ୍ଥାନାନ୍ତରକୁ ବିରୋଧ କରି ଦାୟର ମାମଲା ଖାରଜ

କଟକ(କେନ୍ଯୁଜ୍):ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲର ସ୍ଥାନାନ୍ତରକୁ ବିରୋଧ କରି ଦାୟର ମାମଲା ଖାରଜ। ହାଇକୋର୍ଟ ଶୁଣାଣି କରି ମାମଲାରେ ପୂର୍ଣ୍ଣଛେଦ ପକାଇବା ସହ ମାମଲାକୁ ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌.ମୁରଲୀଧର ଓ ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସସିବି ମେଡିକାଲ ପବ୍ଲିକ୍‌ ସ୍କୁଲ ପାରେଣ୍ଟସ୍‌ ଆସୋସିଏସନ୍‌ ପକ୍ଷରୁ ଏ ନେଇ ଦାୟର ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିବା ସହିତ ଏହାକୁ ଅଗ୍ରାହ୍ୟ କରିଛନ୍ତି।

ଏଏସିବି ସଂପ୍ରସାରଣ ଯୋଜନାରେ ଏହି ସ୍କୁଲକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କିନ୍ତୁ ସ୍କୁଲ ସ୍ଥାନାନ୍ତର ଓ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ ବେଳେ ଆଇନରେ ରହିଥିବା ବ୍ୟବସ୍ଥା ପାଳନ କରାଯାଇ ନାହିଁ ବୋଲି ଅଭିଭାବକ ସଂଘ ଅଭିଯୋଗ କରିଥିଲା। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଏହି ଜମି ସରକାରଙ୍କ ହୋଇଥିବା ବେଳେ ଅଧିଗ୍ରହଣ ପ୍ରସଙ୍ଗ ଉଠୁଛି କେଉଁଠି। ଏହା ସହିତ ସ୍କୁଲ ପାଇଁ ୨.୫ଏକର ଜମି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି। ନୂଆ କ୍ୟାମ୍ପସରେ ଅତ୍ୟାଧୁନିକ ସୁବିଧା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ। ଏଭଳି ସ୍ଥିତିରେ ଅଭିଭାବକ ସଂଘ ଆବେଦନ ଗ୍ରହଣୀୟ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.