ହୀରା ବ୍ୟବସାୟୀଙ୍କ ଘରେ ପଶିଲା ସିବିଆଇ, ବ୍ୟାଙ୍କରୁ ଲୋନ୍‌ ଆଣିଥିଲେ ୭ କୋଟି

ଠକେଇ କରିବା ମହଙ୍ଗା ପଡ଼ିଲା। ବିଜନେସ୍‌ ନାଁରେ ବ୍ୟାଙ୍କରୁ ୬ କୋଟି ଲୋନ୍‌ କରି ତାହାକୁ ଚଳୁ କରି ଦେବା ଏବେ ହୀରା ବ୍ୟବସାୟୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। କାଲିଠୁ ଘରେ ପଶି ତଦନ୍ତ କରୁଛି ସିବିଆଇ । ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି।

ଭୁବନେଶ୍ୱର (କେନ୍ୟୁଜ): ଠକେଇ କରିବା ମହଙ୍ଗା ପଡ଼ିଲା। ବିଜନେସ୍‌ ନାଁରେ ବ୍ୟାଙ୍କରୁ ୬ କୋଟି ଲୋନ୍‌ କରି ତାହାକୁ ଚଳୁ କରି ଦେବା ଏବେ ହୀରା ବ୍ୟବସାୟୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। କାଲିଠୁ ଘରେ ପଶି ତଦନ୍ତ କରୁଛି ସିବିଆଇ । ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି।

ସୂଚନା ଅନୁସାରେ ୭ କୋଟି ଠକେଇ ଅଭିଯୋଗରେ ଦ୍ଵାରିକା ଜୁଏଲାରୀ ଓ ତାର ସହଯୋଗୀଙ୍କ ଘରେ CBI ଚଢ଼ାଉ କରିଛି । ସିବିଆଇ ଡିଏସ୍‌ପି ଦିବାକର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରିଛି । CBI ଦ୍ୱାରିକା ଜୁଏଲାରୀ ମୁଖ୍ୟ ଦ୍ଵାରିକାନାଥ ପାତ୍ର, ତାଙ୍କ ପତ୍ନୀ, ପୁଅ, ବୋହୂ, ଝିଅ ଓ ଅନ୍ୟ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଭୁବନେଶ୍ଵରର ୬ଟି ଜାଗାରେ ରେଡ୍‌ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ସିବିଆଇ । ସହିଦନଗର ଇଣ୍ଡିଆନ ବ୍ୟାଙ୍କ ମ୍ୟାନେଜରଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି ।

୨୦୧୩ ମସିହାରେ ଦ୍ଵାରିକା ଜୁଏଲାରୀର ଦ୍ଵାରିକାନାଥ ଓ ଭାଗୀଦାର ତତ୍କାଳୀନ ଆହ୍ଲାବାଦ ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କରୁ ୬କୋଟି ଟଙ୍କା କ୍ୟାସ କ୍ରେଡିଟ୍‌ରେ ନେଇଥିଲେ । ଏଥିରେ ଦ୍ଵାରିକାନାଥଙ୍କ ଝିଅ ଗ୍ୟାରେଣ୍ଟର ରହିଥିଲେ । ଏହି ଟଙ୍କାରେ ସୁନା, ରୂପା ପଥର କିଣିବେ ବୋଲି ବ୍ୟାଙ୍କରେ ଉଲ୍ଲେଖ କରିଥିଲେ । ପରେ ଏହି ଟଙ୍କା ନ ଶୁଝିବାରୁ ସୁଧ ମିଶି ଏହି ଲୋନ୍‌ ଟଙ୍କା ଏବେ ୭ କୋଟିକୁ ବୃଦ୍ଧି ପାଇଛି। ଏହାକୁ ଠକେଇ ବୋଲି ୨୦୨୨ ମାର୍ଚ୍ଚରେ ଘୋଷଣା ହେଲା । ଏହି ଟଙ୍କାରୁ ଦ୍ଵାରିକାଙ୍କ ପୁଅ ଉମାଶଙ୍କରଙ୍କ ବିଲଡର କମ୍ପାନୀ ଆକାଉଣ୍ଟକୁ ୩ କୋଟି ୫୫ଲକ୍ଷ ଯାଇଥିଲା । ବ୍ୟାଙ୍କର ଅସାଧୁ ଅଧିକାରୀଙ୍କ ସହ ହାତ ମିଳାଇ ଏଭଳି ଠକେଇ କରିଥିବା ମଧ୍ୟ ପ୍ରାଥମିକ ତଦନ୍ତରୁ CBI ଜାଣିପାରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.