ପୁଣି ଖୁସି ଖବର ଦେଲେ ଅଭିନେତା ମୋହିତ ମାରୱାହ, ପତ୍ନୀ ଅନ୍ତରା ମୋତିୱାଲା ଦେଲେ ଶିଶୁପୁତ୍ର ଜନ୍ମ

ବଲିଉଡ୍‌ ଅଭିନେତା ମୋହିତ ମାରୱାହଙ୍କ ପତ୍ନୀ ଅନ୍ତରା ମୋତିୱାଲା ମାରୱାହ ଆଜି ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ଅଭିନେତ୍ରୀ ନିଜର ଦ୍ୱିତୀୟ ସନ୍ତାନ ଜନ୍ମ ଦେବା ପରେ ବିଭିନ୍ନ ଆଡ଼ୁ ଅଭିନନ୍ଦନର ବାର୍ତ୍ତା ଛୁଟୁଛି। ଇନଷ୍ଟାଗ୍ରାମ ମାଧ୍ୟମରେ ଦମ୍ପତି ପୁନର୍ବାର ପିତାମାତା ହୋଇଥିବାର ଖୁସି ଖବର ସେୟାର କରିଛନ୍ତି।

କହି ରଖୁଛୁ, ଚଳିତ ବର୍ଷ ଅନ୍ତରା ମାରୱାହ ବେବି ବମ୍ପ୍‌ ସହ ର‍୍ୟାମ୍ପ୍‌ରେ ଚାଲି ବହୁତ ଚର୍ଚ୍ଚାକୁ ଆସିଥିଲେ। ଅନ୍ତରାଙ୍କ ବିଷୟରେ କହିବା ତ ସେ ହେଉଛନ୍ତି ବିଲେନିୟର୍‌ ଟିନା ଅମ୍ବାନୀଙ୍କ ଭାଣିଜୀ, ଯିଏକି ବିଜନେସ୍‌ ବ୍ରାକ୍‌ଗ୍ରାଉଣ୍ଡରୁ ଆସିଛନ୍ତି। ସେପଟେ ମୋହିତ ଜଣେ ଚଳଚ୍ଚିତ୍ର ଅଭିନେତା, ଯିଏ ‘ଫଗଲି’ରେ କାମ କରିଥିଲେ। ଯଦିଓ ତାଙ୍କର ପୂରା କ୍ୟାରିୟର ଫ୍ଲପ୍ ରହିଛି। ଏହି ପରିବାର କପୁର ପରିବାର ସହିତ ଜଡିତ ଅଛନ୍ତି। ମୋହିତ ମାରୱାହ ବଲିଉଡ ଅଭିନେତା ଅନିଲ କପୁରଙ୍କ ଭଣଜା।

ମୋହିତ ଏକ ସ୍ୱତନ୍ତ୍ର ନୋଟ୍ ଜାରି କରି ଶିଶୁପୁତ୍ରର ଜନ୍ମ ବିଷୟରେ ଘୋଷଣା କରିଛନ୍ତି। ଦମ୍ପତିଙ୍କର ପୂର୍ବରୁ ଏକ କନ୍ୟା ସନ୍ତାନ ‘ଥିୟା’ ଅଛି। ଏହାପୂର୍ବରୁ ଅନ୍ତରା କ୍ରମାଗତ ଭାବରେ ସୋସିଆଲ ମିଡିଆରେ ନିଜ ଗର୍ଭଧାରଣର ଫଟୋ ସେୟାର କରୁଥିଲେ। ସେ ଝିଅ ସହିତ କିଛି ଆକର୍ଷଣୀୟ ଫଟୋ ସେୟାର କରି ଏଥିରେ ନିଜର ବେବି ବମ୍ପ୍‌କୁ ଦେଖାଇଥିଲେ।

୨୦୧୮ରେ ଅନ୍ତରା ଓ ମୋହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହର ଦୁଇ ବର୍ଷ ପରେ ୨୦୨୦ରେ ସେମାନଙ୍କର କନ୍ୟା ସନ୍ତାନ ଜନ୍ମ ହୋଇଥିଲା।

View this post on Instagram

A post shared by Antara Motiwala Marwah (@antara_m)

View this post on Instagram

A post shared by Antara Motiwala Marwah (@antara_m)

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.