ବାହାନଗାରେ ସିବିଆଇ ଟିମ : ଷ୍ଟେସନର ସିଗନାଲ ରୁମରେ ଖୋଳତାଡ଼ ଆରମ୍ଭ

ବାଲେଶ୍ୱରରେ ସିବିଆଇ ଟିମ୍ । ଦୁର୍ଘଟଣା ହୋଇଥିବା ସ୍ଥାନକୁ ଯାଇ ସେଠାରେ ତଦନ୍ତ କରୁଛନ୍ତି । ଦୁର୍ଘଟଣାରେ ଜଡିତ ପ୍ରତ୍ୟେକଙ୍କ ସହ ଆଲୋଚନା କରିବେ ।

ବାଲେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍‌ ଟ୍ରାଜେଡିର କାରଣ କଣ ? ରେଲେଓ୍ଵ ସେଫଟି କମିଶନର ତଦନ୍ତ ଚଳାଇଥିବା ବେଳେ ସିବିଆଇ ଟିମ୍‌ର ଖୋଳତାଡ । ଆଜି ଦୁର୍ଘଟଣାସ୍ଥଳରେ ପହଞ୍ଚିଛି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ । ଗ୍ରାଉଣ୍ଡରେ ସରଜମିନ ଅନୁଧ୍ୟାନ ଓ ତଦନ୍ତ କରୁଛି ସିବିଆଇ ଟିମ୍‌ । ଗତକାଲି ସିବିଆଇ ଟିମ୍‌ ତଥ୍ୟ ସଂଗ୍ରହ କରିଥିଲା । ପ୍ରାଥମିକ ତଦନ୍ତରୁ ଟ୍ରିପଲ୍‌ ଟ୍ରେନ୍‌ ଟ୍ରାଜେଡି ପଛରେ ଷଡ଼ଯନ୍ତ୍ର ଦିଗ ସାମନାକୁ ଆସିଛି । ଏଦିଗରେ ତଦନ୍ତ କରିବ ସିବିଆଇ । ଦୁର୍ଘଟଣାର କାରଣ ଓ କିଏ ଦାୟୀ ସେମାନଙ୍କୁ ଧରିବ ସିବିଆଇ ।

ପ୍ରଶ୍ନ ଉଠୁଛି, ଟ୍ରେନ୍‌ ଦୁର୍ଘଟଣା ପଛରେ ରହିଛି କି ବଡ଼ ଷଡ଼ଯନ୍ତ୍ର ? ନା ଚରମ ଦାୟିତ୍ୱହୀନତାରୁ ଭୟଙ୍କର ଦୁର୍ଘଟଣା ହେଲା କି ? ଇଣ୍ଟରଲକିଂ ସିଷ୍ଟମକୁ ପରିବର୍ତ୍ତନ କଲା କିଏ ? କିଏ ସେହି ଷଡଯନ୍ତ୍ରକାରୀ ? କଣ ଥିଲା ତାଙ୍କର ଉଦ୍ଦେଶ୍ୟ ? ଦୁର୍ଘଟଣା ନା ଜାଣିଶୁଣି କେହି କରମଣ୍ଡଳକୁ ଦୁର୍ଘଟଣା ମୁହଁକୁ ଠେଲିଦେଲା ? ସିବିଆଇର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସ୍ପଷ୍ଟ ହେବ ଦୁର୍ଘଟଣା ପଛର ପ୍ରକୃତ କାରଣ । ତଦନ୍ତ ଭିତରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ୍‌ ଗୁଣନିଧି ମହାନ୍ତି ଓ ସହକାରୀ ଲୋକୋ ପାଇଲଟ୍‌ ହଜାରୀ ବେହେରାଙ୍କ ବୟାନ ବି ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.