ଧରାପଡିଲା ରସୁଲଗଡର ରସିକିଆ ଡ୍ରାଇଭର, ଏକା ସାଙ୍ଗେ ସମ୍ଭାଳୁଥିଲା ତିନି ତିନିଟା ସ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ) : ଧରାପଡିଲା ରସୁଲଗଡର ରସିକିଆ ଡ୍ରାଇଭର। ଏଠି ଗୋଟେ ସ୍ତ୍ରୀ ସମ୍ଭାଳିବା କଷ୍ଟକର ହୋଇପଡୁଛି କିନ୍ତୁ ଏ ବାବୁ ତିନି ତିନିଟା ସ୍ତ୍ରୀଙ୍କୁ ସମ୍ଭାଳୁଥିଲେ। କିନ୍ତୁ ଏବେ ରସିକିଆ ଡ୍ରାଇଭରଙ୍କ ସବୁ ଖେଳ ସରିଯାଇଛି। ସ୍ୱାମୀଙ୍କୁ ଧରି ଏକାସାଥିରେ ହାଜର ହେଲେ ଦୁଇଟା ସ୍ତ୍ରୀ। ଖୋର୍ଦ୍ଧା ବାଣପୁର ନାଚୁଣୀ ଦତ୍ତପୁର ଅଞ୍ଚଳର ଆଲୋକ ଜେନା। ରାଜଧାନୀ ଭୁବନେଶ୍ୱରରେ ଡ୍ରାଇଭର ଭାବେ କାମ କରନ୍ତି। କିନ୍ତୁ ଗାଡି ଚଲାଇବା କଳା ସହ ଝିଅ ପଟାଇ ବାହା ହେବା କଳା ବି ଅଛି ବାବୁଙ୍କ ପାଖରେ।

ପ୍ରଥମେ ଝିଅଙ୍କୁ ପ୍ରେମ ଜାଲରେ ଫସାଇଲା ପରେ ବାହାହୋଇ ଟଙ୍କା ସୁନା ଗାଡି ସବୁ ନେଇକି ଫେରାର ହେଇଯାନ୍ତି ରସିକିଆ ଡ୍ରାଇଭର ଆଲୋକ ଜେନା। ଭୁବନେଶ୍ୱର ରସୁଲଗଡରେ ଆଲୋକ ରହି ଗାଡି ଚଳାନ୍ତି। ଆଉ ସୁନ୍ଦରୀ ଝିଅ ମାନଂକୁ ପ୍ରେମ ଜାଲରେ ଫସାଇ ବାହା ହୁଅନ୍ତି।

ବାହା ହେଲା ପରେ ସମସ୍ତଙ୍କ ଠାରୁ ବିଭିନ୍ନ ଆଳରେ ଗାଡି ସୁନା ଆଦି ନେଇକି ଫେରାର ହେଇଯାନ୍ତି ଆଲୋକ। ଗୋଟିଏ ପରେ ଗୋଟିଏ ବାହା ହେଇ ସେମାନଙ୍କୁ ଶିଖେଇ ଗାଡି କିଣି ନିଜେ ଗାଡିର ମାଲିକ ବନୁଥିଲା ଆଲୋକ। ଏହିଭଳି ଭାବେ ଝିଅଙ୍କୁ ଫସାଇ ଗୋଟିଏ କି ଦୁଇଟା ନୁହେଁ ତିନି ତିନିଟା ଝିଅଙ୍କୁ ବାହା ହୋଇଛି। କିନ୍ତୁ ବର୍ଷ ବର୍ଷ ଧରି ଲୁଚାଇ ଏମିତି ଗୋଟେ ପରେ ଗୋଟେ ଝିଅଙ୍କୁ ବାହା ହୋଇ ସ୍ତ୍ରୀ ସଂଖ୍ୟା ବଢ଼ାଉଥିବା ଆଲୋକର କଳା କାରନାମା ଧରାପଡିଗଲା।

ଭୁବନେଶ୍ୱର ସତ୍ୟ ବିହାରରେ ନିଜ ଭଉଣୀ ଘରେ ତୃତୀୟ ସହ ରହୁଥିଲା ଆଲୋକ। ତେବେ କୌଣସି ସୂତ୍ରରୁ ଖବର ପାଇ ଦୁଇ ସ୍ତ୍ରୀ ପହଁଚିଥିଲେ ତୃତୀୟ ସ୍ତ୍ରୀ ଓ ସ୍ୱାମୀ ପାଖରେ। ଉଭୟ ପ୍ରଥମ ଓ ଦ୍ୱିତୀୟ ସ୍ତ୍ରୀ ମିଶି ରସିକିଆ ସ୍ୱାମୀକୁ ତୃତୀୟ ସ୍ତ୍ରୀ ପାଖରୁ ଆଣି ଥାନାରେ ଜିମା ଦେଇଛନ୍ତି।

ଏହି ଘଟଣା ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହେବା ପରେ ଆଲୋକକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। ତେବେ କିନ୍ତୁ ପ୍ରତାରଣା ସ୍ୱାମୀକୁ ଦେଖି ନିଜ ରାଗକୁ ନିୟନ୍ତ୍ରଣରେ ରଖିପାରିଲେନି ପ୍ରଥମ ସ୍ତ୍ରୀ। ସେହି ଥାନାରେ ହିଁ ଧୂମ ଛେଚି ଚାଲିଲେ। ହବା କଥା ଏମିତି ବି, କାହିଁକିନା ବାବୁ ଜଣଙ୍କ ଖୁବ୍‌ ବଢ଼ିଆ ଭାବରେ ମ୍ୟାନେଜ୍‌ କରି ଭୂଆଁ ବୁଲାଉଥିଲେ ତିନି ତିନିଟା ସ୍ତ୍ରୀଙ୍କୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.