ସାବଧାନ! ଡବଲ ଡୋଜ୍‌ ପରେ ବି କମ୍‌ ହୋଇନି ବିପଦ, ଡେଲ୍‌ଟା କରିପାରେ ଶିକାର; ମାସ୍କ ପିନ୍ଧିବାକୁ ପରାମର୍ଶ

କରୋନା ଭାଇରସ୍‌ର ଡେଲ୍‌ଟା ଭେରିଏଣ୍ଟ ଏତେ ଭୟଙ୍କର ଯେ ଟିକା ନେଇ ସାରିଥିବା ଲୋକଙ୍କୁ ମଧ୍ୟ ଏହା ସଂକ୍ରମିତ କରି ପାରିବ। ଏକ ନୂଆ ଅଧ୍ୟୟନରୁ ଏହି କଥାର ଖୁଲାସା ହୋଇଛି। ଅଧ୍ୟୟନରେ କୁହାଯାଇଛି କି, ଡେଲ୍‌ଟା ଭେରିଏଣ୍ଟରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନ ସହିତ ପ୍ରତିଷେଧକ ଏବଂ ନିୟନ୍ତ୍ରଣ ଉପାୟଗୁଡ଼ିକର ଆବଶ୍ୟକ ରହିଛି। ଏହି ଅଧ୍ୟୟନ ଦିଲ୍ଲୀର ଦୁଇ ହସ୍ପିଟାଲରେ କରାଯାଇଥିଲା। ଅଧ୍ୟୟନରୁ ଏହା ଫଳାଫଳ ମିଳିଛି ଯେ ଭ୍ୟାକ୍ସିନ୍‌, ସଂକ୍ରମଣ ସମୟରେ ଭାଇରାଲ ଆକ୍ରମଣକୁ ଅଧିକ ଗୁରୁତର ହେବାକୁ ଦେଇ ନ ଥାଏ। ଯଦିଓ ଟିକାକରଣ ପରେ ବି ବ୍ରେକ୍‌ ଥ୍ରୁ ମାମଲା ଦେଖିବାକୁ ମିଳୁଛି। ଏହି କଥାର ମଧ୍ୟ ଆଶଙ୍କା ରହୁଛି କି, ସଂକ୍ରମଣ ଆଗକୁ ହାଇ ରିସ୍କ ଥିବା ଲୋକଙ୍କୁ ମଧ୍ୟ ଶିକାର ବନାଇ ପାରେ।

ଏହି ଅଧ୍ୟୟନକୁ INSACOG Consortium, CSIR and the National Center for Disease Control ମିଳିତ ଭାବେ କରିଛନ୍ତି। ବିଶେଷଜ୍ଞମାନେ ସ୍ୱାସ୍ଥ୍ୟ କର୍ମୀଙ୍କଠାରେ ଦେଖା ଦେଇଥିବା ସଂକ୍ରମଣର ୧୧୩ ବ୍ରେକ୍‌ ଥ୍ରୁ ମାମଲା ଉପରେ ଅଧ୍ୟୟନ କରିଥିଲେ। ଏଥିପାଇଁ ବିଶେଷଜ୍ଞମାନେ ସମ୍ଭାବିତ ଟ୍ରାନ୍ସମିଶନ ନେଟ୍‌ଓ୍ଵାର୍କ ବନାଇ ଥିଲେ ଏବଂ ଭାଇରସ୍‌ ଜିନୋମ୍‌ ସିକ୍ୱେନ୍ସ (genome sequence) ଡାଟାକୁ ବିଶ୍ଳେଷଣ କରିଥିଲେ।

ପୂର୍ବରୁ ପ୍ରକାଶିତ ଏକ ଅଧ୍ୟୟନରେ ବିଶେଷଜ୍ଞମାନେ କହିଥିଲେ ଯେ ଆମେ ଅଧିକ ବିପଦ ଥିବା ସେହି ମାମଲାଗୁଡ଼ିକୁ ଚିହ୍ନଟ କରିଥିଲୁ, ଯେଉଁଥିରେ ସଂକ୍ରମିତ ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇ ସାରିଥିଲା। ଏଥି ସହିତ ଯେଉଁଥିରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଭାଇରସ୍‌ ସଂକ୍ରମଣର ବିପଦ ଥିଲା ଏବଂ ଯେଉଁମାନେ ଟିକାର ଦୁଇଟି ଡୋଜ୍‌ ନେଇ ସାରିଥିଲେ, ସେହି ମାମଲାଗୁଡ଼ିକୁ ମଧ୍ୟ ଚିହ୍ନଟ କରାଯାଇଥିଲା। ଅଧ୍ୟୟନ ଏବେ ପୁଣିଥରେ ପୂର୍ଣ୍ଣ ଟିକାକରଣ କରେଇ ସାରିଥିବା ଲୋକଙ୍କଠାରେ ସଂକ୍ରମଣକୁ ରୋକିବା ପାଇଁ ପ୍ରତିଷେଧକ ଉପାୟଗୁଡ଼ିକର ଆବଶ୍ୟକତାକୁ ଦର୍ଶାଉଛି।

ଅଧ୍ୟୟନର ସିଦ୍ଧାନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। କାହିଁକିନା, ଏହାଦ୍ୱାରା ଲୋକଙ୍କ ମଧ୍ୟରେ ଗୋଟିଏ ପ୍ରକାରର ସାବଧାନତା ଏବଂ ନିଶ୍ଚିତତାର ମାହୋଲ ସୃଷ୍ଟି ହୋଇ ଯାଇଛି। ଖାସ୍‌ କରି ସେମାନଙ୍କ ମଧ୍ୟରେ, ଯେଉଁମାନେ ଟିକାକରଣ କରେଇ ସାରିଛନ୍ତି। ଅଧ୍ୟୟନରେ କୁହାଯାଇଛି ଯେ ଭ୍ୟାକ୍ସିନ୍‌ ଏବେ ମଧ୍ୟ ବହୁତ ପ୍ରଭାବଶାଳୀ ରହିଛି ଏବଂ ଲୋକଙ୍କଠାରେ ସଂକ୍ରମଣ ମାମଲାକୁ ଗମ୍ଭୀର ହେବାଠାରୁ ବଞ୍ଚେଇ ପାରୁଛି। ଯଦିଓ ବିଶେଷଜ୍ଞମାନେ ସ୍ପଷ୍ଟ କରି ଦେଇଛନ୍ତି କି, ସଂକ୍ରମଣର ବ୍ରେକ୍‌ ଥ୍ରୁ ମାମଲା ସତ। ସେମାନେ ସଂକ୍ରମଣକୁ କଣ୍ଟ୍ରୋଲ କରିବା ପାଇଁ ପ୍ରତିଷେଧକ ଏବଂ ନିୟନ୍ତ୍ରଣ ଉପାୟଗୁଡ଼ିକର ଆବଶ୍ୟକତା ବିଷୟରେ ଜଣାଇଛନ୍ତି। ଏଥି ସହିତ ଲୋକଙ୍କୁ ମାସ୍କ ପିନ୍ଧିବାକୁ ମଧ୍ୟ ପରମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.