ତିନି ରଥରେ ଛେରାପହଁରା ନୀତି ସମାପନ କରୁଛନ୍ତି ଗଜପତି ମହାରାଜ, ହରିବୋଲ ଶବ୍ଦରେ କମ୍ପି ଉଠୁଛି ଶରଧାବାଲି

ପୁରୀ(କେନ୍ୟୁଜ୍) :  ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଚାଲି ଯାଉଥିବା କାଳିଆ ସାଆନ୍ତଙ୍କ ଆଜି ପ୍ରସିଦ୍ଧ ଘୋଷଯାତ୍ରା । ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଆଜି ଗୁଣ୍ଡିଚା ମନ୍ଦିରରୁ ଯିବେ ମହାପ୍ରଭୁ । ସମସ୍ତ ନୀତିକାନ୍ତି ଅନୁସାରେ, ଆଜି ଘୋଷଯାତ୍ରାରେ ହରିବୋଲ ଶବ୍ଦରେ କମ୍ପି ଉଠୁଛି ଶରଧାବାଲି। ବର୍ତ୍ତମାନ ଗଜପତି ମହାରାଜ ତିନି ରଥରେ ଘୋରା ଚନ୍ଦନ ଓ ସୁବାସିତ ଜଳ ପକାଇ ଛେରାପହଁରା ନୀତି ସମାପନ କରୁଛନ୍ତି ।

gajapati

 

ପ୍ରଥମେ ତିନି ଠାକୁରଙ୍କ ମଙ୍ଗଳଆଳତୀ ତଥା ଅନ୍ୟାନ୍ୟ ନୀତିକାନ୍ତି ସଂପନ୍ନ ହେବା ପରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହଙ୍କ ପହଣ୍ଡିବିଜେ ନୀତି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡଭାଇ ଶ୍ରୀ ବଳଭଦ୍ର ରଥା ରୁଢ଼ ହେବାପରେ ପହଣ୍ଡି କରି ଆସିଥିଲେ ଦେବୀ ସୁଭଦ୍ରା। ଏହାପରେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ବଡ଼ ଟାହିଆ ବାନ୍ଧି ଝୁଲି ଝୁଲି ରଥାରୁଢ ହୋଇଥିଲେ କାଳିଆ ସାଆନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.