ବଢୁଛି ଚିକେନ୍‌ ରେଟ୍‌: କିଛି ସ୍ଥାନରେ କିଲୋ ୩୦୦ଟଙ୍କା ଛୁଇଁଲାଣି

ଭୁବନେଶ୍ୱର(କେନ୍ୟୁଜ୍‌):ମହଙ୍ଗା ମାଡରେ ଖାଉଟି ହନ୍ତସନ୍ତ। ବଢୁଛି ଚିକେନ୍‌ ରେଟ୍‌। ପୂର୍ବରୁ ଏହା ୨୦୦ ଟଙ୍କାରେ ମିଳୁଥିବାବେଳେ ବର୍ତ୍ତମାନ ଏହା ୨୬୦ରୁ ୨୮୦ଟଙ୍କାରେ ବିକ୍ରି ହେଉଛି। କିଛି ସ୍ଥାନରେ କିଲୋ ୩୦୦ଟଙ୍କା ଛୁଇଁଥିବା ଗ୍ରାହକମାନେ କହିଛନ୍ତି।

ହୋଟେଲ ଓ ରେସ୍ତୋରାଂରେ ମଧ୍ୟ ଚିକେନ୍‌ରେ ତିଆରି ଆଇଟମର ମୂଲ୍ୟ ବୃଦ୍ଧି ପାଇଛି। ଚଳିତ ବର୍ଷ ଗରମ ପ୍ରବଳ ହେବା ଯୋଗୁ କୁକୁଡା ଉତ୍ପାଦନ ଉପରେ ପ୍ରଭାବ ପଡିଛି। ଫାର୍ମ ଗୁଡିକରେ କୁକୁଡା ଗରମ ସହିନପାରି ମରି ଯାଉଛନ୍ତି। ଫଳରେ ରେଟ୍‌ ବଢୁଛି। ଏହା ସହ କୁକୁଡା ଦାନା ଓ ଟ୍ରାନ୍‌ସପୋର୍ଟ ଦର ମଧ୍ୟ ବଢିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.