ଆଜି ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା, ୪ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ(କେନ୍ୟୁଜ୍): ଆଜି ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା । ଏହି ଅବସରରେ ମହାପ୍ରଭୁଙ୍କୁ ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି କରାଯିବ । ସ୍ନାନ ପୂର୍ଣ୍ଣିମାଠାରୁ ମହାପ୍ରଭୁଙ୍କ ମସ୍ତକରୁ ଚିତା ଗୁଡିକୁ କଢ଼ାଯାଇଥିଲା । ଘୋଷଯାତ୍ରାରେ ଯାଉଥିବା ଶ୍ରୀଜୀଉଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଚିତାଗୁଡିକୁ କଢ଼ାଯିବାର ପରମ୍ପରା ରହିଛି। ଆଜି ପ୍ରଥମ ଭୋଗ ମଣ୍ଡପରେ ୪ଘଣ୍ଟା ଧରି ଚିତାଲାଗି କରାଯିବ । ଏହା ଗୁପ୍ତନୀତି ହୋଇଥିବାରୁ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁ ଜଗନ୍ନାଥଙ୍କ ମସ୍ତକରେ ହୀରା ଖଚିତ ସୁବର୍ଣ୍ଣ ଚିତା ଲାଗି ହେଉଥିବାବେଳେ ବଳଭଦ୍ରଙ୍କ ମସ୍ତକରେ ନୀଳା ଓ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ସୁବର୍ଣ୍ଣଚିତା ଲାଗି କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.