Below header

ଯାଜପୁର: କଟୁରୀ ଚୋଟରେ ଜଣେ ଗୁରୁତର, ଜମିବାଡ଼ି ଗଣ୍ଡଗୋଳରୁ ମରଣାନ୍ତକ ଆକ୍ରମଣ

ଯାଜପୁର ଟାଉନ (କେ ନ୍ୟୁଜ୍‌) : ଜମିବାଡ଼ିକୁ ନେଇ ଦୁଇ ପରିବାର ଭିତରେ ଗଣ୍ଡଗୋଳ ଏମିତି ଭୟଙ୍କର ରୂପ ନେଲା ଯେ କଟୁରୀ ଚୋଟରେ ଜଣେ ଆହତ ହୋଇ ଏବେ ଗୁରୁତର ଅବସ୍ଥାରେ । ଯାଜପୁର ଜିଲା ବିଂଝାରପୁର ଥାନା ଅରିଲୋ ଗାଁରେ ଏହି ଘଟଣା ଘଟିଛି । କଟୁରୀ ଚୋଟରେ ଗୁରୁତର ଆହତ ପ୍ରତାପ ସାମଲଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଜଣେ ନରହରି ସାମଲ ଆହତ ହୋଇ କଂଟିପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ମୁତାବକ ପ୍ରତାପ ସାମଲ ଏବଂ ପ୍ରଫୁଲ୍ଲ ସାମଲଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା । ଏଥିପାଇଁ ପ୍ରଫୁଲ୍ଲ ଅନେକ ସମୟରେ ପ୍ରତାପଙ୍କୁ ଧମକ ଚମକ ଦେଉଥିଲା । ଆଜି ପ୍ରଫୁଲ୍ଳ ଏକ କଟୁରୀ ସାହାଯ୍ୟରେ ଉଭୟ ପ୍ରତାପ ଏବଂ ନରହରିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପ୍ରତାପଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀ ତଥା ଅଭିଯୁକ୍ତ ପ୍ରଫୁଲ୍ଲ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.