କେବଳ ମାନସିକ ଚାପ ନୁହେଁ, ଅନିଦ୍ରା ସମସ୍ୟାକୁ ବି ଦୂର କରିଥାଏ ଦହିର ସେବନ, ଜାଣନ୍ତୁ ୫ ଚମତ୍କାରୀ ଫାଇଦା

ଆୟୁର୍ବେଦ ଅନୁସାରେ ଦହି ସେବନ ଶରୀର ପାଇଁ କୌଣସି ବରଦାନଠୁ କମ୍‌ ନୁହେଁ। ଏଥିରୁ ଭରପୂର ମାତ୍ରାରେ କ୍ୟାଲସିୟମ, ପ୍ରୋଟିନ, ରାଇବୋଫ୍ଲୋଭିନ, ଭିଟାମିନ ବି୬ ଏବଂ ଭିଟାମିନ ବି୧୨ ଭଳି ପୋଷକ ତତ୍ତ୍ୱ ମିଳିଥାଏ। ଏହାଛଡ଼ା ଦହିକୁ ଲାଟିକ୍‌ ଏସିଡ୍‌ର ଭଲ ସୋର୍ସ ମଧ୍ୟ କୁହାଯାଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦହି ସେବନ କରୁଥିବା ଲୋକଙ୍କୁ ମାନସିକ ଚାପ ବହୁତ କମ୍‌ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବୁ ଦହି ସେବନ କରିବା ଦ୍ୱାରା ଶରୀରକୁ ଆଉ କେଉଁ ସବୁ ଫାଇଦା ମିଳିଥାଏ।

୧. ଉଚ୍ଚ ରକ୍ତଚାପ: ପ୍ରତିଦିନ ଦହି ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ଆଶଙ୍କା ବହୁତ କମିଯାଇଥାଏ। ହୃଦୟ ସମ୍ବନ୍ଧିତ ରୋଗକୁ ଦୂର କରିବାରେ ଦହି ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

୨. କେଶକୁ ପୋଷଣ: ଦହିକୁ ଆପଣ ସିଧା କେଶ ଏବଂ ତ୍ୱଚା ଉପରେ ଲଗାଇ ପାରିବେ। ରୂପି ସମସ୍ୟାରୁ ବର୍ତ୍ତିବା ପାଇଁ କେଶରେ ଦହି ଲଗାଇବା ବେଶ୍‌ ଲାଭଦାୟକ ହୋଇଥାଏ। ଦହି ଲଗାଇ ଅଧ ଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ।

୩. ଦାନ୍ତ ଓ ହାଡ଼ ମଜଭୁତ: ଦହିରେ କ୍ଷୀର ବରାବର ପୋଷକ ତତ୍ତ୍ୱ ମିଳିଥାଏ। ଏଥିରେ ଥିବା କ୍ୟାଲସିୟମ ଦାନ୍ତ ଓ ହାଡ଼କୁ ମଜଭୁତ ରଖିବାରେ ସହାୟକ ହୋଇଥାଏ। ଏଥି ସହିତ ଅଷ୍ଟିଓପୋରୋସିସ୍‌ ଆଶଙ୍କା ବି କମିଯାଇଥାଏ।

୪. ମାନସିକ ଚାପ କମ୍‌ କରାଇଥାଏ: ଦହି ଖାଇବା ଦ୍ୱାରା ମାନସିକ ଚାପ କମିଯାଇଥାଏ। ଦହି ଏକ ଏନର୍ଜି ବୁଷ୍ଟର। ଏହା ଆଣ୍ଟିଅକ୍ସିଡେଣ୍ଟ ରୂପେ କାମ କରିଥାଏ ଏବଂ ଶରୀରକୁ ହାଇଡ୍ରେଟ୍‌ ବି ରଖିଥାଏ।

୫. ପ୍ରତିରକ୍ଷା ଶକ୍ତି ମଜଭୁତ: ଦହିରୁ ପ୍ରତିରକ୍ଷା ଶକ୍ତି ମଜଭୁତ ହୋଇଥାଏ। ଏତିକି ନୁହେଁ, ଅନିଦ୍ରା ସମସ୍ୟାକୁ ଦୂର କରିବାରେ ବି ଦହି ଲାଭଦାୟକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.