ବଢୁଛି ଉତ୍ତର ଓଡ଼ିଶାର ତିନି ନଦୀର ଜଳସ୍ତର, ଆତଙ୍କିତ ତଳି ଅଞ୍ଚଳର ଲୋକେ

ବାଲେଶ୍ୱର(କେନ୍ୟୁଜ୍): ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା। ବଢୁଛି ଜଳକା ନଦୀ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତ ଟପିଛି ଜଳକା । ମଥାନୀଠାରେ ଜଳକାର ବିପଦ ସଙ୍କେତ ରହିଛି ୫.୫୦ ମିଟର । ବର୍ତ୍ତମାନ ଏଠାରେ ଜଳସ୍ତର ୬. ୪୭ ମିଟର ରହିଛି । ଘଣ୍ଟା ପ୍ରତି ୦.୫ ମିଟର ଜଳ ବଢୁଥିବା ସୂଚନା ମିଳିଛି । ଫଳରେ ନଦୀ ଅବବାହିକା ଅଞ୍ଚଳରେ ପ୍ରବେଶ କରିଛି ଜଳକାର ବନ୍ୟା ପାଣି । କିଛି ତଳି ଅଞ୍ଚଳରେ ଥିବା କିଛି ଗାଁ ପାଣି ଘେରରେ ରହିିଛି । ଫଳରେ ଆତଙ୍କିତ ହୋଇଛନ୍ତି ନଦୀ ଅବବାହିକା ଗାଁର ଲୋକ । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀ ଦଳସ୍ତର ମଧ୍ୟ ବଢିବାରେ ଲାଗିଛି । ହେଲେ ଏଠାରେ ଜଳସ୍ତର ବିପଦ ସଙ୍କେତ ଟପି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.