ଭର୍ଚୁଆଲରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍): ଧାମନଗର ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମୈଦାନ। କାଲି ସରିଯିବ କ୍ୟାମ୍ପେନ୍‌ । ଆଜି ଭର୍ଚୁଆଲରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଧାମନଗର ହେଉଛି ଶାନ୍ତି ଓ ସଦ୍‌ଭାବର ଭୂମି । ଏହା ଧାମନଗରର ସବୁଠାରୁ ବଡ଼ ପରିଚୟ। ଧାମନଗର ନିର୍ବାଚନ ମଣ୍ଡଳୀ ବିକାଶ ଦାୟିତ୍ୱ ମୋର ବୋଲି କହିଛନ୍ତି ନବୀନ । ସଭା, ଶୋଭାଯାତ୍ରା ସହ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନକୁ ଜୋରଦାର କରିଛି ବିଜେଡି।

ଗାଁ ଗାଁ ବୁଲି କ୍ୟାମ୍ପେନିଂ ଚଳାଇଛନ୍ତି ଅବନ୍ତୀ ଦାସ । ସେପଟେ ବିଜେପି ମଧ୍ୟ ଜୋରଦାର କ୍ୟାମ୍ପେନ କରିଛି । କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଆଜି ତିହିଡି ବ୍ଲକର ବିଭିନ୍ନ ସ୍ଥାନରେ ବାଇକ ଶୋଭାଯାତ୍ରା ଓ ଡୋର ଟୁ ଡୋର କ୍ୟାମ୍ପେନିଂ କରିଛନ୍ତି । ସୂର୍ଯ୍ୟବଂଶୀ ସୁରଜ ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ତିହିଡି ବ୍ଲକର କାଁପଡ଼ାରେ ଡୋର ଟୁ ଡୋର କ୍ୟାମ୍ପେନିଂ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.