ବିଧାନଭାରେ ମୁଖ୍ୟମନ୍ତ୍ରୀଙ୍କ ଭାବବିହ୍ଵଳ ମନ୍ତବ୍ୟ, ଗୃହ ବିଭାଗର ଅତିରିକ୍ତ ବଜେଟ ଉପସ୍ଥାପନ ପୂର୍ବରୁ ବକ୍ତବ୍ୟ ରଖିଲେ ନବୀନ

ଭୁବନେଶ୍ବର(କେନ୍ୟୁଜ୍):    ବିଧାନଭାରେ ମୁଖ୍ୟମନ୍ତ୍ରୀଙ୍କ ଭାବବିହ୍ଵଳ ମନ୍ତବ୍ୟ । ଗୃହ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ ପୂର୍ବରୁ ନବୀନ ବକ୍ତବ୍ୟରେ କହିଛନ୍ତି, ଭୁଲି ଯାଆନ୍ତୁ କି ମୁଁ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଛି । ବିଜୁ ଜନତା ଦଳର ସଭାପତି । ଗୃହର ବରିଷ୍ଠ ସଦସ୍ୟ ଭାବେ ବିନମ୍ରତାର ସହ କହିବାକୁ ଚାହେଁ ଯେ, ରାଜ୍ୟରେ ମହିଳାମାନଙ୍କ ସହ ଯେଉଁଭଳି ଅମାନବୀୟ ଘଟଣା ଘଟୁଛି ତାକୁ ନେଇ ମୁଁ ମର୍ମାହତ । ମହିଳାଙ୍କ ପ୍ରସଙ୍ଗକୁ ନେଇ ରାଜନୀତି କରାଯିବା ବି ନିହାତି ଅମାନବୀୟ ।ଏସବୁ ଘଟଣାକୁ ନେଇ ରାନଜୀତି କରାଯିବା ଯୋଗୁଁ ଜନସାଧାରଣଙ୍କୁ ବିଶେଷକରି ଯୁବ ଗୋଷ୍ଠୀଙ୍କୁ ଭୁଲ ବାର୍ତ୍ତା ଯାଉଛି। ତେଣୁ ଏହାକୁ ନେଇ ରାଜନୀତି କରାଯିବା କାହାକୁ ଲାଭ ଦେବ ନାହିଁ । ଆମେ ଏକ ପରିପକ୍ୱ ଗଣତନ୍ତ୍ରରେ ବାସ କରୁଛେ । ଆମେ ରାଜ୍ୟରେ ସାଢ଼େ ୪ କୋଟି ଲୋକଙ୍କ ପ୍ରତିନିଧିତ୍ୱ କରୁଛି । ବିଧାନସଭା ବାହରେ ବି ଉଚ୍ଚମାନର ଚର୍ଚ୍ଚା ହେବା ଦରକାର । ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି । ଏହି ଘଟଣାରେ ଦୋଷୀଙ୍କୁ କଦାପି ଛଡ଼ାଯିବନି ଓ ନ୍ୟାୟ ପ୍ରଦାନ ପାଇଁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏକ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.