ସୋନା ମହାପାତ୍ରଙ୍କ ଅଭିଯୋଗରେ ଇଣ୍ଡିଆନ୍‌ ଆଇଡଲ୍‌ରୁ ବିଦା ହେଲେ ଅନୁ ମଲ୍ଲିକ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଜୁବିନ୍‌ ଇରାନୀଙ୍କୁ ଖୋଲା ଚିଠି ଲେଖି ଅନୁ ମଲ୍ଲିକଙ୍କ ମାମଲାରେ ହସ୍ତକ୍ଷେପ କରିବାକୁ ଅପିଲ୍‌ କରିଥିଲେ ସୋନା ମହାପାତ୍ର। ମଙ୍ଗଳବାର ସ୍ମୃତି ଇରାନୀ କହିଥିଲେ, ତାଙ୍କ ମନ୍ତ୍ରାଳୟ ଭାରତରେ ସମସ୍ତ ଯୌନ ଅପରାଧୀଙ୍କ ଡିଜିଟାଲ୍‌ ସୂଚୀ ବନାଉଛି। ତେବେ ଗୁରୁବାର ଦ୍ୱିପ୍ରହରରେ ସୋନା ଏହି ପତ୍ର ଲେଖିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଅନୁ ମଲ୍ଲିକଙ୍କୁ ଇଣ୍ଡିଆନ ଆଇଡଲ୍‌ ୧୧ରୁ ବିଦା କରାଯାଇଥିବା ଖବର ଆସିଥିଲା।

ଏହାସହ ପଢ଼ନ୍ତୁ: ମୁହଁ ଲୁଚାଇ ମେଟ୍ରୋରେ ଯାତ୍ରା କରୁଥିବାର ନଜର ଆସିଲେ ସାରା ଅଲ୍ଲୀ ଖାନ୍‌, ଫ୍ୟାନ୍‌ମାନେ ବି ଚିହ୍ନିପାରିଲେ ନାହିଁ

ଏହାପରେ ସୋନା ସ୍ମୃତି ଇରାନୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହାସହ ଯେଉଁ ସଂସ୍ଥାଗୁଡ଼ିକ ଯୌନ ଅପରାଧୀମାନଙ୍କୁ କାମ କରିବାର ସୁଯୋଗ ଦେଉଛି, ତାକୁ ନେଇ ସୋନା ପ୍ରଶ୍ନ ଉଠାଇଥିଲେ। ସୋନା ଲେଖିଥିଲେ, ‘ପ୍ରିୟ ସ୍ମୃତି ଇରାନୀ ଜୀ, ଯୌନ ଅପରାଧୀଙ୍କୁ ଧରିବାର ଏହି ପ୍ରଚେଷ୍ଟା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। କିନ୍ତୁ ସେହି ସଙ୍ଗଠନର କ’ଣ ହେବ, ଯେଉଁମାନେ ଯୌନ ଅପରାଧୀମାନଙ୍କୁ କାମରେ ରଖୁଛନ୍ତି? ସୋନି ଟିଭି ଅନୁଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକୁ ଅଣଦେଖା କରି ତାଙ୍କୁ ନ୍ୟାଶନାଲ ଟିଭିରେ ୟଙ୍ଗ୍‌ଷ୍ଟାର୍ସଙ୍କ ପ୍ରୋଗ୍ରାମରେ ଜଜ୍‌ ବନାଇଛି। କ’ଣ ଯୌନ ଉତ୍ପୀଡ଼ନ ଏବଂ ରୋଷର ଶିକାର ହେଉଥିବା ମହିଳାଙ୍କ କଣ୍ଠସ୍ୱରର କୌଣସି ମୂଲ୍ୟ ନାହିଁ? କ’ଣ ସୋନି ଟିଭିକୁ ଦୋଷୀ ବୋଲି ଗଣାଯିବ ନାହିଁ’?

sona5

ଏହାସହ ପଢ଼ନ୍ତୁ: ଟାଇଗର ଶ୍ରଫ୍‌ଙ୍କ ଭଉଣୀ କୃଷ୍ଣାଙ୍କ ବିକିନି ଫଟୋ ହେଲା ଭାଇରାଲ, କମେଣ୍ଟ୍‌ରେ ପୋତି ପକାଇଲେ ଫ୍ୟାନ୍ସ

ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, ଅନୁ ମଲ୍ଲିକ ଏବେ ସିଙ୍ଗିଙ୍ଗ ରିୟାଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ ୧୧ରୁ ବାହାରି ଯାଇଛନ୍ତି। ତେବେ ତାଙ୍କ ସ୍ଥାନ ଏବେ କିଏ ନେବ, ସେ ନେଇ କୌଣସି ଖବର ସାମ୍ନାକୁ ଆସିନି। ଅନୁ ମଲ୍ଲିକଙ୍କ ନାଁରେ ଅଭିଯୋଗ ଆସିବା ପରେ ରାଷ୍ଟ୍ରୀୟ ମହିଳା ଆୟୋଗ ତାଙ୍କୁ ନୋଟିସ୍‌ ପଠାଇଥିଲା। ନୋଟିସ୍‌ର ଫଟୋ ମଧ୍ୟ ଆୟୋଗର ଅଫିସିଆଲ୍‌ େଓ୍ଵବ୍‌ସାଇଟ୍‌ରେ ଶେୟାର କରାଯାଇଛି।

ଏହାସହ ପଢ଼ନ୍ତୁ: ସାମ୍ନାକୁ ଆସିଲା ଆଦିତ୍ୟ ରାୟ କପୁରଙ୍କ ‘ମଲଙ୍ଗ’ର ଫାଷ୍ଟଲୁକ୍‌, ଫ୍ୟାନ୍‌ ଦେଲେ ଏମିତି ରିଆକ୍ସନ୍‌

ସେପଟେ ଅନୁ ମଲ୍ଲିକ କହିଛନ୍ତି, ‘ମୁଁ ଇଣ୍ଡିଆନ୍‌ ଆଇଡଲ୍‌ରୁ କୌଣସି ଚାପରେ ପଡ଼ି ନୁହେଁ, ବରଂ ନିଜ ଇଚ୍ଛା ଅନୁସାରେ ବ୍ରେକ୍‌ ନେଇଛି। ଶୋ’ରୁ ୩ ସପ୍ତାହ ପାଇଁ ବ୍ରେକ୍‌ ନେବାକୁ ଚାହୁଁଛି। ଆଉ ନିଜ ନାଁକୁ ସଫା କରିବା ପରେ ପୁଣିଥରେ ଫେରିବି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.