୧୪ ସାଇବର ଥାନାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ: ଥାନାରେ ୧୫୪ ପୋଲିସ ଓ ୯୦ଜଣ ବିଶେଷଜ୍ଞ ନିୟୋଜିତ ହେବେ

କେନ୍ୟୁଜ୍(ବ୍ୟୁରୋ):ଆଜି ରାଜ୍ୟରେ ୧୪ ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଅନ୍ୟ ୩ଟି ଉନ୍ନତି ଥାନାର ଶୁଭାରମ୍ଭ କରିବେ। ଥାନାରେ ୧୫୪ ପୋଲିସ କର୍ମଚାରୀ ଓ ୯୦ଜଣ ବିଶେଷଜ୍ଞ ନିୟୋଜିତ ହେବେ। ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ୩ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଏହି ନୂଆ ବ୍ୟବସ୍ଥା ସହ ମିଶିଯିବ। ଥାନାରେ ନିଯୁକ୍ତି ପାଇଁ ପୋଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି ହେବ ।

ଅପରାଧର ଶିକାର ହୋଇଥିବା ଲୋକମାନେ ଯେପରି ଉପଯୁକ୍ତ ନ୍ୟାୟ ପାଇପାରିବେ, ତାକୁ ଦୃଷ୍ଟିିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ୧୪ଟି ସ୍ୱତନ୍ତ୍ର ଥାନାର ଆଜି ଶୁଭାରମ୍ଭ ହେବ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.