ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି କୁହୁଡ଼ି, ପୁଣି ରାଜ୍ୟକୁ ଫେରିବ ଜାଡ଼

କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା । ଏବେ ଶୀତ କମ୍ ଥିବା ବେଳେ ଅଧିକ ରହୁଛି କୁହୁଡ଼ି ପ୍ରଭାବ ।  ଆଜି ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଘନ କୁହୁଡ଼ି । ଏପରିକି କିଛି ମିଟର ଦୂରରୁ ବି ଦେଖାଯାଉ ନଥିଲା ରାସ୍ତାଘାଟ କି ଗାଡ଼ିମୋଟର ।

ଭୁବନେଶ୍ୱର (କେନ୍ୟୁଜ): କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା । ଏବେ ଶୀତ କମ୍ ଥିବା ବେଳେ ଅଧିକ ରହୁଛି କୁହୁଡ଼ି ପ୍ରଭାବ ।  ଆଜି ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଘନ କୁହୁଡ଼ି । ଏପରିକି କିଛି ମିଟର ଦୂରରୁ ବି ଦେଖାଯାଉ ନଥିଲା ରାସ୍ତାଘାଟ କି ଗାଡ଼ିମୋଟର ।

ଗତ କିଛି ଦିନ ହେବ ରାଜ୍ୟରେ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଆଜି ଉତ୍ତର ଓ ଉପକୂଳ ଓଡ଼ିଶା ସମେତ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ କୁହୁଡ଼ି ଲାଗି ରହିବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ଏପଟେ ରାଜ୍ୟକୁ ପୁଣି ଫେରିବ ଶୀତ । ଦୁଇ ଦିନ ପରେ ରାଜ୍ୟରେ ଖସିବ ପାରଦ । ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇବ ।  ଫଳରେ ରାଜ୍ୟକୁ ପୁଣି ଫେରିବ ଜାଡ଼ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.