ପୋଲସରା: ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳିମାଡ଼, କାରଣ ଅସ୍ପଷ୍ଟ

ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳିମାଡ଼। ପୋଲସରା କେନ୍ଦୁବାଡ଼ି ପଞ୍ଚାୟତର ସମିତି ସଭ୍ୟ ନରେନ୍ଦ୍ର ସ୍ବାଇଁଙ୍କୁ ଗୁଳିମାଡ଼ ହୋଇଛି।

ପୋଲସରା (କେନ୍ୟୁଜ): ପୋଲସରାରେ ଫୁଟିଲା ଗୁଳି। ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳିମାଡ଼। ପୋଲସରା କେନ୍ଦୁବାଡ଼ି ପଞ୍ଚାୟତର ସମିତି ସଭ୍ୟ ନରେନ୍ଦ୍ର ସ୍ବାଇଁଙ୍କୁ ଗୁଳିମାଡ଼ ହୋଇଛି। ଗତକାଲି ନରେନ୍ଦ୍ର ନିଜ ସମର୍ଥକଙ୍କ ସହ ଭୋଜି ଖାଇ ଫେରୁଥିବା ବେଳେ ଗରେଇଝୁଳି ନିକଟରେ ଗୁଳିମାଡର ଶିକାର ହୋଇଥିଲେ । ଅଭିଯୁକ୍ତ ଜଣକ ଏକ ଦେଶୀ ବନ୍ଧୁକରୁ ନରେନ୍ଦ୍ରଙ୍କ ଉପରକୁ ଗୁଳିମାଡ କରିଥିଲେ । ଆହତ ନରେନ୍ଦ୍ରଙ୍କୁ ପ୍ରଥମେ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତୁର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି । ପୋଲସରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁଳିମାଡ ହୋଇଥିବା ବନ୍ଧୁକ ଜବତ କରି ତଦନ୍ତ କରୁଛି । ଗୁଳିମାଡରେ ଅନ୍ୟ ଦୁଇ ଜଣ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଉଭୟ ଘରକୁ ଫେରିଛନ୍ତି । ଅନ୍ୟପଟେ ଅଭିଯୁକ୍ତକୁ ଧରିବାକୁ ଚଢଉ ଜାରି ରଖିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.