ଯାଜପୁର: କୋରେଇ ବ୍ଳକ ସଭାଗୃହରେ ଅନୁଷ୍ଠିତ ହେଲା ଜିଳ୍ଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଶିବିର

ଯାଜପୁର ରୋଡ(କେ ନ୍ୟୁଜ) : କୋରେଇ ବ୍ଳକ ସଭାଗୃହରେ ଆଜି ଯାଜପୁର ଜିଳ୍ଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୩୫୮ଟି ଅଭିଯୋଗ ପଞ୍ଜିକୃତ କରାଯାଇଥିଲା । ତନ୍ମଧ୍ୟରୁ ସାମୁହିକ ୫ଟି ସାମୂହିକ ଓ ୩୪୩ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ତତ୍କାଳ ୧୩୪ଟି ମାମଲାର ସମାଧାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୯ଜଣଙ୍କୁ ୭୫ ହଜାର ଟଙ୍କା, ରେଡକ୍ରସ ପାଣ୍ଠିରୁ ଜଣଙ୍କୁ ୪ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଜିଲ୍ଲାପାଳ ରଂଜନ କୁମାର ଦାସ, କଳିଙ୍ଗନଗର ଅତିରିକ୍ତ ଏସପି ରାଜକିଶୋର ଦୋରା, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, କଳିଙ୍ଗନଗର ଏଡିଏମ ସନ୍ତୋଷ କୁମାର ମିଶ୍ର, ପିଡି ଇନ୍ଦ୍ରମଣି ନାୟକ, ବିଡିଓ ତରଣୀସେନ ପଟ୍ଟନାୟକ, ସିଡିଏମଓ ଅରୁଣ କୁମାର ପାତ୍ର, ଏସଡିପଓ ଚିନ୍ମୟ ନାୟକ, ଡିଆଇପିରାଓ ସନ୍ତୋଷ କୁମାର ସେଠୀ, କୋରଶି ସ୍ୱାସ୍ଥ୍ୟଧିକାରୀ ଡା. ହିମାଶୁ ଲାଲ, ଡିପିଓ ଆଶୋକ କୁମାର ସେଠୀ, ଡିଇଓ କୃ୍େଣ ଚନ୍ଦ୍ର ନାୟକ, ଡିପିସି ବିଷ୍ଣୁ ଚରଣ ସୂତାର, ବିଇଓ ସୁଶାନ୍ତ କୁମାର ଶତପଥି, ସିଡିପିଓ ସ୍ନେହଲତା ସାହୁ, ବ୍ଲକ ଅଧ୍ୟକ୍ଷା ମାଳତୀ ଟୁଡୁ, ଉପାଧ୍ୟକ୍ଷ ଅନିଲ ମହାପାତ୍ର, କୋରାଇ ଥାନାଧିକାରୀ ରଣଜିତ ମହାନ୍ତି, ଡୋଲିପୁର ଅବକାରୀ ଇନ୍ସପେକ୍ଟର ବିଜୟଲକ୍ଷ୍ମୀ ଦାସଙ୍କ ସମତେ ସମସ୍ତ ଲାଇନ୍ସ ଡିପାମମେଂଟର ଅଧିକାରୀ ଉପସ୍ଥିତ ଥିଲେ । ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.