ଭୁବନେଶ୍ୱର ସାଲିଆ ସାହିରେ କମିଶନରେଟ ପୋଲିସର ଚଢାଉ, ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ

ଭୁବନେଶ୍ୱର(ଭୁବନେଶ୍ବର): ନିଶା ବେପାରୀଙ୍କ ଘରେ କମିଶନରେଟ ପୋଲିସର ରେଡ୍‌ । ଭୁବନେଶ୍ୱର ସାଲିଆ ସାହିରେ ଚଢାଉ ହୋଇଛି। ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ କରିଛି ପୋଲିସ। ବିପୁଳ ଦେଶୀ ମଦ ଜବତ କରାଯାଇଛି। ସହିଦନଗର, ମଞ୍ଚେଶ୍ୱର, ନୟାପଲ୍ଲୀ ପୋଲିସର ମିଳିତ ଚଢାଉ। ଚଢାଉରେ ସାମିଲ ଅଛନ୍ତି ୩ ପ୍ଲାଟୁନ ପୋଲିସ ଫୋର୍ସ ।

ମଦ ତିଆରିରେ ବ୍ୟବହୃତ ସାମଗ୍ରୀକୁ ଭାଙ୍ଗିଲା ପୋଲିସ । ୧୫ରୁ ଅଧିକ ଦେଶୀ ମଦ କାରଖାନା ଠାବ। ୫ରୁ ଅଧିକ ଲୋକଙ୍କୁ ଅଟକ ରଖି ତଦନ୍ତ କରୁଛି କମିଶନରେଟ୍‌ ପୋଲିସ। ୩ ଟ୍ରକ ସାମଗ୍ରୀ ହାଣ୍ଡି, ପ୍ଲାଷ୍ଟିକ ବାଲ୍ଟିକୁ ନଷ୍ଟ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.