ଟ୍ବିନ ସିଟିରେ ନିଶାଗ୍ରସ୍ତ ଯୁବକଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦେଇ ମୁଖ୍ୟ ସ୍ରୋତକୁ ଆଣିବ କମିଶନରେଟ ପୋଲିସ 

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର କଟକ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ ଡ୍ରିମ୍ସ। ଟ୍ବିନ ସିଟିରେ ନିଶାମୁକ୍ତ ଏବଂ ଯେଉଁମାନେ ନିଶାଗ୍ରସ୍ତ ଯୁବକ ରହିଛନ୍ତି ସେମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ କରାଯାଇ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଲକ୍ଷ ରଖିଛି କମିଶନରେଟ ପୋଲିସ। ଆଜି ପ୍ରଥମ ଥର ଲାଗି ଗାଡକଣ ବସ୍ତିରେ ଲୋକଙ୍କୁ ସଚେତନ କରାଯାଇଛି।ଭୁବନେଶ୍ଵର ପୋଲିସ୍ କମିଶନରେଟ୍‌ର ତତ୍ତ୍ଵାବଧାନରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ।

ଓଡ଼ିଶାର ଅଗ୍ରଣା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଏଜୁକେଶନ ଏଣ୍ଡ କେୟାର (ଆଇ.ଆଇ.ଇ.ସି) ମୁଖ୍ୟ ସଂଯୋଜକ ସଂସ୍ଥା ଭାବେ ଏହି ସାମାଜିକ ବ୍ୟାଧିକୁ ପ୍ରତିହତ କରିବା ପାଇଁ ଆଗେଇ ଆସିଛନ୍ତି । ‘ଡ୍ରିମସ୍” ମିଶନ ପ୍ରଥମ ପର୍ଯ୍ୟାୟରେ ଏହିଭଳି କିଛି ପଥଭ୍ରଷ୍ଟ ସୁବଳମାନଙ୍କୁ ସୁଧାରିବା ପାଇଁ ଏବଂ ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ନିଜର ସ୍ୱାଭିମାନକୁ ପୁନଃ ପ୍ରତିଷ୍ଠା କରିବା ପାଇଁ ଅଂଟା ଭିଡ଼ିଛି । ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବସ୍ତିଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.