ଭୁବନେଶ୍ବରରେ ରାବଣ ପୋଡ଼ି ପାଇଁ ୨୮ ଟି ଗାଇଡ଼ଲାଇନ ଜାରି କଲା କମିଶନରେଟ ପୋାଲିସ

କେନ୍ୟୁଜ୍(ବ୍ୟୁରୋ): ଆଜି ପବିତ୍ର ବିଜୟା ଦଶମୀ। ପୂଜା ମଣ୍ଡପରେ ବିଜୟା ଦଶମୀ ପାଳିତ ହେଉଛି। ଚାରିଆଡ଼େ ପାର୍ବଣର ପୁଲକ । ଆଧ୍ୟାତ୍ମିକତାର ମହକ । ମହା ଆଡ଼ଆମ୍ବରରେ ଚାଲିଛି ମାଆ ଦୁର୍ଗତ ନାଶିନୀ ଦୁର୍ଗାଙ୍କ ପୂଜା । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ଦୁର୍ଗାପୂଜା ଚାଲିଛି । ସନ୍ଧ୍ୟା ହେଲେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲସ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି।

ରାବଣ ପୋଡି ପାଇଁ ଭୁବନେଶ୍ବର ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।  ରାବଣପୋଡି ପାଇଁ ୨୮ ଟି ଗାଇଡ଼ଲାଇନ କରାଯାଇଛି। ଯାହାକୁ ପୂଜା ମଣ୍ଡପମାନେ ମାନିବାକୁ ହେବ।  ୧୦୦ ମିଟର ଜୋନ ଭିତରେ ଲୋକ ରହିବେ ନାହିଁ।  ଲାଇସେନ୍ସ ପ୍ରାପ୍ତ  ବାଣ ଦୋକାନୀଙ୍କ ଠାରୁ ବାଣ କିଣାଯାଇଥିବା ଆବଶ୍ୟକ।  ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ଭଷାଣି ପାଇଁ ୧୭ରୁ ଉର୍ଦ୍ଧ୍ବ ପ୍ଲାଟୁନ ଫୋର୍ସ ମୁତୟନ ହେବ।  ଭୁବନେଶ୍ୱର ୩ଟି ଭଷାଣି କମିଟି ରହିଛି। ସବୁ କମିଟି ପାଇଁ ସ୍ୱତନ୍ତ୍ର ରୁଟ ଲାଇନ ବ୍ୟବସ୍ଥା କରାଯାଇଛି।  ଟ୍ରାଫିକ ସମସ୍ୟା ନଉପୁଜିବା ପାଇଁ ଗୁରୁତ୍ୱ ଦିଆଯାଇଛି।୩  ଜଣ ଅତିରିକ୍ତ ଡିସିପି ଭସାଣି ଦାୟିତ୍ୱରେ ରହିବେ। ୬୫ ଡିସିବେଲରୁ ଅଧିକ ଉଚ୍ଚ ସ୍ୱରରେ ଡିଜେ ବାଜିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.