ଓଲା କମ୍ପାନୀ ସ୍କୁଟି ଦେବା ନାଁରେ ଠକିନେଲେ ୪୮ ହଜାର ଟଙ୍କା, ସାଇବର୍‌ ଥାନାରେ ଅଭିଯୋଗ

ଭୁବନେଶ୍ବର(କେନ୍ୟୁଜ୍); ସ୍କୁଟି ଦେବା ନାଁରେ ଠକେଇ । ଓଲା କମ୍ପାନୀ ସ୍କୁଟି ଦେବା ନାଁରେ ୪୮ ହଜାର ୫୦୦ ଟଙ୍କା ଠକିନେଲେ ସାଇବର୍‌ ଠକ। ଖୋର୍ଦ୍ଧା ଜିଲ୍ଲାର ଆଲୋକ ମଲ୍ଲ ଠକେଇର ଶିକାର ହୋଇଛନ୍ତି । ଦୁଇଟି କିସ୍ତିରେ ୪୮ ହଜାର ଠକେଇ ହୋଇଛି । ଅଭିଯୋଗ ଅନୁଯାୟୀ, ଆଲୋକ ଓଲା ଆପ୍‌ରେ ସ୍କୁଟି ବୁକ୍‌ କରୁଥିଲେ ।

ବୁକ୍‌ କରିବା ସମୟରେ ଆଲୋକଙ୍କୁ ସାଙ୍ଗେ ସାଙ୍ଗେ ଫୋନ ଆସିଥିଲା । ଆକାଉଣ୍ଟ ଡିଟେଲସ୍‌ ପଠାଇବାକୁ କହିଥିଲେ ସାଇବର ଠକ । ପରେ ଦୁଇଟି କିସ୍ତିରେ ଟଙ୍କା ନେଇଥିଲେ । ଆଲୋକ ଠକେଇର ଶିକାର ହୋଇଥିବା ଜାଣିବା ପରେ ସାଇବର ଠକଙ୍କୁ ଟଙ୍କା ଦେବା ବନ୍ଦ କରିଥିଲେ । ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଆଲୋକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.