ପୋଲ ଉପରେ ଚାଲିଛି ୫ ଫୁଟ୍‌ର ବର୍ଷା ପାଣି, ଯାତାୟତ ଠପ୍‌

ମାଲକାନଗିରି (କେନ୍ୟୁଜ): ସୁକମା-ମାଲକାନଗିରିକୁ ଯୋଗାଯୋଗ ବିଛିନ୍ନ। ମଲାକାନଗିରି ଜିଲ୍ଲାରେ ଦୁଇ ଦିନ ଧରି ଲଗାଣ ବର୍ଷାରେ ଜିଲ୍ଲାର ଅନେକ ନଦୀରେ ଜଳସ୍ତର ବଢିବାରେ ଲାଗିଛି। ଲଗାଣ ବର୍ଷା ପ୍ରଭାବରେ ମାଲକାନଗିରିରୁ ସୁକମା ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଝାପରା ପୋଲ ଉପରେ ପ୍ରାୟ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ସୁକମା ଓ ମାଲକାନଗିରି ମଧ୍ୟରେ ଯାତାୟାତ ଠପ୍‌ ହୋଇଯାଇଛି। ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ମୋଟର ଅଟକି ରହିଛି। କାଙ୍ଗୁରକୋଣ୍ଡା ପୋଲ ପରେ ମଧ୍ୟ ୩ରୁ ୪ ଫୁଟ ପାଣି ପ୍ରବାହିତ ହେଉଛି। ମାଲକାନଗିରିଠୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ଠପ୍‌ ହୋଇଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.