ପାରମ୍ପରିକ ଶିକ୍ଷା ବ୍ୟତୀତ ଆଉ କଣ ପଢିଲେ ଆପଣଙ୍କ ଭବିଷ୍ୟତ ଠିକ ଦିଗରେ ଗତି କରିବ….

ବର୍ତ୍ତମାନ ଚାଲିଛି ପ୍ରତିଯୋଗୀତାର ସମୟ । ଆଉ ଏହି ସମୟ ମଧ୍ୟରେ ପିଲା ହୁଅନ୍ତୁ ଅବା ଅବିଭାବକ ସମସ୍ତେ ଯେମିତି ଦୌଡରେ ଆଗରେ ରହିବାକୁ ପସନ୍ଦ କରୁଛନ୍ତି । ସେ ପିଲାଙ୍କର ପାଠପଢା ହେଉ ଅବା ଅନ୍ୟ କରିକୁଲାର ଆକ୍ଟିଭିଟିଜ । କିନ୍ତୁ କେହି ବୁଝିବାକୁ ଚାହୁଁନାହାନ୍ତି କି ଏବେର ସମୟ ଚାହୁଁଛି କଣ । କଣ କରିବା ଦ୍ୱାରା ଫ୍ୟୁଚର ସିକ୍ୟୋର ହେଇପାରିବ । କାରଣ ସମୟ ସବୁବେଳେ ବଦଳିବାରେ ଲାଗିଛି । ଆଉ ପିଲାମାନଙ୍କର ପସନ୍ଦ ବି ପିତାମାତାଙ୍କଠାରୁ ଭିନ୍ନ ହେବାରେ ଲାଗିଛି ।

ବିଶେଷକରି ଦେଖିବାକୁ ମିଳେ କି ଟୁୱେଲ୍ଠ ପରେ ପିଲା କନଫ୍ୟୁଜ ହୁଅନ୍ତି କି ସେମାନେ କୋଉଁ ରାସ୍ତା ଦେଇ ଯିବା ଉଚିତ । ଆଉ ତାରି ମଧ୍ୟରେ ପିଲା ଓ ଅବିଭାବକଙ୍କ ମଧ୍ୟରେ କଥା କଟାକଟି ବି ହୁଏ । ପୁର୍ବରୁ ପ୍ରାୟତ ଦେଖିବାକୁ ମିଳୁଥିଲା କି ପିଲାଙ୍କ ମଧ୍ୟରେ ପ୍ରତିଯୋଗୀତା ଡକ୍ଟର, ଇଞ୍ଜିନିୟର, ବ୍ୟାଙ୍କର, ଟିଚରକୁ ନେଇ ବଢିବାରେ ଲାଗୁଥିଲା । କିନ୍ତୁ ଏବେର ସମୟ ଅନୁସାରେ ଦେଖାଯାଉଛି କି ପିଲାଙ୍କୁ ବିଶେଷକରି ଫିନାନ୍ସିଆଲ କ୍ଷେତ୍ରରେ ଆଗକୁ ବଢିବାକୁ ପସନ୍ଦ ଆସୁଛି । କହିରଖୁଛୁ କି ଏମିତି ବି ପାଠ୍ୟକ୍ରମ ରହିଛି ଯାହା ଦ୍ୱାରା ଆପଣ ଭଲ ଇନକମ କରିପାରିବେ ଓ ଆପଣଙ୍କ ଫ୍ୟୁଚର ଠିକ ରାସ୍ତାରେ ଆସିପାରିବ । ଆଉ ଏହି କୋର୍ସେସର ସାର୍ଟିଫିକେସନ, ଡିପ୍ଲୋମା ଓ ଡିଗ୍ରୀ ବି ଆପଣ ନେଇପାରିବେ । ତେବେ ଜାଣିବା କଣ ଏହି ସବୁ କୋର୍ସେସ ।

ଜ୍ୱେଲରି ଡିଜାଇନିଙ୍ଗ…
ଆପଣଙ୍କୁ କହିରଖୁଛୁ କି ଜ୍ୱେଲରି ଡିଜାଇନ ମାମଲାରେ ଭାରତ ବହୁତ ଆଗରେ । ଏହାର କାରଣ ଏଇଆ ବି କି ଏଠାରେ ବାହାଘରରେ ବହୁତ ଗହଣାର ଉପଯୋଗ ହୋଇଥାଏ । ଏମିତିକି ଜ୍ୱେଲରି ଉପହାରରେ ବି ଦିଆଯାଇଥାଏ । ଏହି କୋର୍ସରେ ଆପଣଙ୍କୁ ବିଭିନ୍ନ ପ୍ରକାରର ଜ୍ୱେଲରି ମେକିଙ୍ଗର ଶିକ୍ଷା ଦିଆଯିବ । ଏହି କୋର୍ସକୁ ଆପଣ ଟୁଏଲ୍ଥ ପରେ କରିପାରିବେ । ଏହି କୋର୍ସ ପାଇଁ ଦିଲ୍ଲୀର ଏନଆଇଏଫଟି, ମୁମ୍ବାଇର ଏସଏନଡିଟି, ଜୟପୁରର ଜେମ ଆଣ୍ଡ ଜୁଲରୀ ଏକ୍ସପର୍ଟ ପ୍ରମଶନ କାଉନସିଲ ଓ ଚେନ୍ନାଇର ଜୁଲରୀ ଡିଜାଇନ ଆଣ୍ଡ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟକୁ ଭଲ ବୋଲି ମାନାଯାଏ । ତେଣୁ ଏଠାରେ ବି ଆପଣ ଯାଇପାରିବେ ଶିକ୍ଷା ପାଇଁ ।

ଗ୍ରାଫିକ୍ସ ଓ ଏନିମେସନ ଡିଜାଇନିଙ୍ଗ…

ଏହି କୋର୍ସ ପାଇଁ ଆପଣଙ୍କୁ କମ୍ପ୍ୟୁଟର ବିଷୟରେ ଜାଣିଥିବାର ଆବଶ୍ୟକତା ପଡିବ । ଏହା ଛଡା ଇଂରାଜୀ ଭାଷାରେ ବି ଜ୍ଞାନ ଥିବା ଆବଶ୍ୟକ । ଏହି କୋର୍ସ ପାଇଁ ଏହିଭଳି ଲୋକମାନଙ୍କୁ ପ୍ରାଥମିକତା ଦିଆଯାଇଥାଏ । ଯାହାଙ୍କ ପାଖରେ ମ୍ୟାଥ ନଲେଜ ବି ଥିବା ଭଲ । ଏଥିରେ କମ୍ପ୍ୟୁଟରରେ ଡିଜାଇନିଙ୍ଗ ମଧ୍ୟ ଶାଖାଯାଏ । ଆପଣଙ୍କୁ କହିରଖୁଛୁ କି ଗ୍ରାଫିକ୍ସ ଓ ଏନିମେସନ ଡିଜାଇନିଙ୍ଗ କରୁଥିବା ପିଲ୍ମ, ମିଡିଆ, ଆଇଟି ସେକ୍ଟର ଆଦିରେ ବହୁତ ଆବଶ୍ୟକ ହୋଇଥାଏ ଏହି ଷ୍ଟଡି । ଯେଉଁଥିପାଇଁ ଭଲ ଦରମା ବି ମିଳିଯାଏ । ଏହି କୋର୍ସ କରୁଥିବା ଲୋକଙ୍କୁ ଲକ୍ଷରେ ବି ଦରମା ମିଳିଯାଏ ।

ଫ୍ୟାଶନ ଓ ଫୁଟୱିଅର ଡିଜାଇନିଙ୍ଗ….

ଟୁୱେଲ୍ଥ ପାସ ପରେ ଆପଣ ଫ୍ୟାଶନ, ଫୁଟୱିଅର ଡିଜାଇନିଙ୍ଗ କୋର୍ସ ମଧ୍ୟ କରିପାରିବେ । ବଢୁଥିବା ଫ୍ୟାଶନ ଦୌଡ ସହ ଫୁଟୱିଅର ଡିଜାଇନିଙ୍ଗର ବି ସ୍କୋପ ବଢୁଛି । ତେଣୁ ଏହି କୋର୍ସରେ ବହୁତ ସ୍କୋପ ରହିଥିବା କୁହାଯାଉଛି । ଏହି କୋର୍ସ କରୁଥିବା ଲୋକଙ୍କୁ ବିଭିନ୍ନ ପ୍ରକାରର ଫ୍ୟାବ୍ରିକ ଓ ଲେଜର ଉପରେ ଡିଜାଇନିଙ୍ଗର ଜ୍ଞାନ ଦିଆଯାଉଛି । ଆଉ ଫ୍ୟାଶନର ପ୍ରଭାବ ଏବେ କେମିତି ଆଉ କେତେ ଯୁବପିଢୀ ଉପରେ ପଡୁଛି ତାହା ଆପଣ ପ୍ରତିଦିନ ଦେଖିପାରୁଥିବେ ।

ଇଣ୍ଟେରିୟର ଡିଜାଇନିଙ୍ଗ….

ଏହି କୋର୍ସ ସେହି ଲୋକଙ୍କ ପାଇଁ ଯେଉଁମାନେ ବହୁତ ହି କ୍ରିଏଟିଭ ଥାନ୍ତି । ଏଥିରେ ଘର ଭିତରର ଜିଡାଇନିଙ୍ଗକୁ ଶିଖାଯାଏ । ବର୍ତ୍ତମାନ ସମୟର ଚାହିଦା ଅନୁଯାୟୀ ଇଣ୍ଟେରିୟର ଡିଜାଇନିଙ୍ଗର ବହୁକ ସ୍କୋପ ରହିଛି । ଜଣେ ଇଣ୍ଟେରିୟର ଜିଡାଇନର ନା କେବଳ ଘର ଏମିତିକି ଶପିଙ୍ଗ ମଲ, ଅଫିସ ଆଦିର ବି ଡିଜାଇନ କରିଥାନ୍ତି । ଯେଉଁଥିପାଇଁ ତାଙ୍କୁ ଭଲ ଦରମା ଭାବରେ ଅର୍ଥ ବି ମିଳିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.