କଂଗ୍ରେସକୁ ବାଏ ବାଏ କହିବେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ସୁରୀୟା ରାଓ, ଯାଇପାରନ୍ତି ବିଜେଡିକୁ

କଂଗ୍ରେସ ଛାଡ଼ିବେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ସୁରୀୟା ରାଓ । ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପରେ ଆୟୋଜିତ ନିର୍ବାଚନ ପରାଜୟ ସମୀକ୍ଷା ବୈଠକରେ ପରେ ସେ ଏହି ଘୋଷଣା କରିଛନ୍ତି । ବିଳମ୍ବରେ ଟିକେଟ ପ୍ରଦାନ ପରାଜୟର ମୁଖ୍ୟ କାରଣ ବୋଲି କହିଛନ୍ତି । ତୃଣମୂଳ ସ୍ତରର ନେତାଙ୍କ ମଧ୍ୟରେ ଟଙ୍କା ଲୋଭ ଏବଂ ନିର୍ବାଚନ ସମୟରେ ରାଜ୍ୟ କିମ୍ବା ଜାତୀୟ କଂଗ୍ରେସ କୌଣସି ନେତା ପ୍ରଚାର ପାଇଁ ନଆସିବା ପରାଜୟର ଆଉ ଏକ କାରଣ ବୋଲି କହିଛନ୍ତି କେ. ସୁରୀୟା ରାଓ । ଏଥିପାଇଁ ପିସିସିକୁ ବି ଦୋଷ ଦେଇଛନ୍ତି । ସମର୍ଥକଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି । ପରୋକ୍ଷରେ ବିଜେଡି ଯିବେ ବୋଲି ସୁରୀୟା ରାଓ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.