ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ୩୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା, ପ୍ରଥମ ତାଲିକାରେ ଓଡିଶା ନାହିଁ

ତେଲଙ୍ଗାନା, କର୍ଣ୍ଣାଟକ, କେରଳ, ଛତିଶଗଡ, ମେଘାଳୟ, ଲାକ୍ଷାଦ୍ୱୀପ, ତ୍ରିପୁରା, ନାଗାଲାଣ୍ଡ ଓ ସିକିମର ୩୯ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ।

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ୩୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା । ତେଲଙ୍ଗାନା, କର୍ଣ୍ଣାଟକ, କେରଳ, ଛତିଶଗଡ, ମେଘାଳୟ, ଲାକ୍ଷାଦ୍ୱୀପ, ତ୍ରିପୁରା, ନାଗାଲାଣ୍ଡ ଓ ସିକିମର ୩୯ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ୩୯ ପ୍ରାର୍ଥୀଙ୍କ ମଧ୍ୟରୁ ୨୪ ଜଣ ପ୍ରାର୍ଥୀ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ହୋଇଥିବା ବେଳେ ୧୫ ଜଣ ପ୍ରାର୍ଥୀ ସାଧାରଣ ବର୍ଗର । ଘୋଷିତ ତାଲିକା ଅନୁଯାୟୀ କଂଗ୍ରେସ ନେତା ରାହୁଲ ଗାନ୍ଧି ୱାଏନାଡା ଆସନରୁ, ଶଶି ଥରୁର ତିରୁଭନନ୍ତପୁରମ ଆସନ, କେସି ଭେନୁଗୋପାଳ ଆଲାପୁଝା ଆସନରୁ, ତ୍ରିସୁରରୁ କେ. ମୁରଲୀଧରନ, ବେଙ୍ଗଲୁରୁ ରୁରାଲରୁ ଡିକେ ସୁରେଶ ପ୍ରତିଦ୍ୱନ୍ଦିତା କରିବେ । ତେବେ ପ୍ରଥମ ତାଲିକାରେ ଓଡିଶା ନଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.