ଯାଜପୁର: ଆଜି ରାତି ୮ଟାରୁ ବ୍ରହ୍ମବରଦା ଅଞ୍ଚଳରୁ ଉଠିବ କଣ୍ଟେନମେଣ୍ଟ ଜୋନ୍‌, ରହିବ ଲକ୍‌ଡାଉନ୍‌

ଯାଜପୁର ଟାଉନ୍‌ (କେନ୍ୟୁଜ୍‌) : ଯାଜପୁର ଜିଲାରେ ଚିହ୍ନଟ ହୋଇଥିବା କୋରୋନା ରୋଗୀଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଜିଲା ପ୍ରଶାସନ କୋହଳ ମନୋଭାବ ପୋଷଣ କରିବାକୁ ଯାଉଛି । ଆଜି ରାତି ୮ଟାରୁ ବ୍ରହ୍ମବରଦା ଅଂଚଳରେ କଣ୍ଟେନମେଣ୍ଟ ଜୋନ ର ଅବଧି ସରିବା ପରେ ସେଠାରେ ଲକଡାଉନ ନିୟମ କାର୍ଯ୍ୟକାରି ହେବ ବୋଲି ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ବ୍ୟକ୍ତି ଜଣଙ୍କ ଡାକ୍ତରଖାନାରୁ ଡିସଚାର୍ଜ ପରେ ତାଙ୍କୁ ସରକାରୀ କ୍ୱାରେନଂଟାଇନରେ ରଖା ଯାଇଛି ।

containment

ଆସନ୍ତାକାଲି ଠାରୁ ଜିଲାରେ ରହିଥିବା ସମସ୍ତ ବିଦ୍ୟୁତ୍ ସମଗ୍ରୀ ଦୋକାନ, ବହି ଦୋକାନ, ସାଇକେଲ ରିପ୍ୟାର ଦୋକାନ, ଗ୍ୟାରେଜ, ଓମଫେଡ ଷ୍ଟଲ ଏବଂ ଦୁଗ୍ଧଜାତ ସମଗ୍ରୀ ଦୋକାନ ସକାଳ ୬ରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ।

stitchingଏଥିସହ ମାସ୍କ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିଥିବାରୁ ଏହାର ଚାହିଦା ମେଚାାଇବା ପାଇଁ ଜିଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ସୁଲଭ ମୁଲ୍ୟରେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.