ଶସ୍ତା ହେଲା କରୋନା ଟେଷ୍ଟିଂ, ମାତ୍ର ଶହେ ଟଙ୍କାରେ ଘରୋଇ ଲାବରୋଟୋରୀରେ କରିପାରିବେ କରୋନା ଟେଷ୍ଟିଂ

କେନ୍ୟୁଜ୍(ବ୍ୟୁରୋ):  ଶସ୍ତା ହେଲା କରୋନା ଟେଷ୍ଟିଂ ।  ମାତ୍ର ଶହେ ଟଙ୍କାରେ ଘରୋଇ ଲାବରୋଟୋରୀରେ କରିପାରିବେ  କରୋନା ଟେଷ୍ଟିଂ । ଆଣ୍ଟିଜେନ ପରୀକ୍ଷା ପାଇଁ ସର୍ବାଧିକ ମୂଲ୍ୟ ଶହେ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର ।   ଜିଏସଟି  ମିଶି ଏହାର ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି । ଅର୍ଥାତ ଏହି ପରୀକ୍ଷା ପାଇଁ କୌଣସି ଲାବରୋଟୋରୀ ଶହେ ଟଙ୍କାରୁ ଅଧିକ ମୂଲ୍ୟ ନେଇପାରିବେ ନାହିଁ ।

ଭୁବନେଶ୍ୱର ଆରଏମଆରସିର ତତ୍ୱାବଧାନରେ ଆଇସିଏମଆରର ଗାଇଡଲାଇନ ଅନୁସାରେ ଘରୋଇ ଲାବରୋଟୋରୀରେ ଆଣ୍ଟିଜେନ ପରୀକ୍ଷା ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଆଂଟିଜେନ ଟେଷ୍ଟ ପାଇଁ ୪ ଶହ ଟଙ୍କା ଦେବାକୁ ପଡୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.