Below header

କରୋନା ମାଡ଼ିଗଲା ନିୟମଗିରି ପାହାଡ଼କୁ, ୨୦ରୁ ଅଧିକ ଡଙ୍ଗରିଆ ସଂକ୍ରମିତ

ରାୟଗଡ଼ା (କେନ୍ୟୁଜ୍‌) : ନିୟମଗିରି ପାହାଡ଼ରେ କରୋନା ସଂକ୍ରମଣ। ଆତଙ୍କିତ ଅବସ୍ଥାରେ ନିୟମଗିରି ପାହାଡ଼ ଅଞ୍ଚଳର ଡଙ୍ଗରିଆ କନ୍ଧ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ ଅଞ୍ଚଳର ପାରସାଲି ପଞ୍ଚାୟତରେ କରୋନା ପଜିଟିଭ ଚିହ୍ନଟ। ସ୍ଥାନୀୟ ସରପଞ୍ଚଙ୍କ ସମେତ ପ୍ରାୟ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

କଲ୍ୟାଣସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚରଣ ଅଧିକାରୀଙ୍କ ସହିତ ଏକ ମେଡିକାଲ୍‌ ଟିମ୍‌ ଫାକେରୁ ଗାଁରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି। ଏହା ସହ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆବଶ୍ୟକ ଔଷଧପତ୍ର ମଧ୍ୟ ଦେଇଛନ୍ତି। ବିଡିଓ ଡଙ୍ଗରିଆମାନଙ୍କୁ ସଚେତନ କରିବା ସହିତ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବୁଝାଶୁଝା କରୁଛନ୍ତି।

ନିୟମଗିରି ପାହାଡ଼ ଅଞ୍ଚଳର ଅଧିବାସୀ ସାଧାରଣତଃ ଅସୁସ୍ଥ ହେଲେ ଚିକିତ୍ସା ନକରି ଦେବଦେବୀଙ୍କୁ ପୂଜାପାଠ ଉପରେ ଗୁରୁତ୍ୱ ଦେଉଥିବାରୁ ଚିନ୍ତା ଅଧିକ ବଢିଛି। ଠିକ୍‌ ସମୟରେ ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ସରପଞ୍ଚ ଦାବି ରଖିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.