ବ୍ୟକ୍ତି ଅନଲାଇନରେ ଅର୍ଡର କଲେ ମାଉଥୱାଶ, କମ୍ପାନୀ ଡେଲିଭର କରିଦେଲା ୧୩୦୦୦ ଟଙ୍କାର ସ୍ମାର୍ଟଫୋନ

କରୋନା କାଳରେ ଅତ୍ୟାବଶ୍ୟକ ଜିନିଷ ପାଇଁ ଲୋକେ ଅନଲାଇନ ଶପିଙ୍ଗ ୱେବସାଇଟ ଉପରେ ଅଧିକ ମାତ୍ରାରେ ନିର୍ଭର କରୁଛନ୍ତି। ଏମିତି ମୁମ୍ବାଇର ଜଣେ ବ୍ୟକ୍ତି ଆମାଜନରେ ମାଉଥୱାଶ ଅର୍ଡର କରିଥିଲେ। କିନ୍ତୁ ଯେତେବେଳେ ଜିନିଷ ଡେଲିଭର ହେଲା, ତ ଡବା ଦେଖି ବ୍ୟକ୍ତିଙ୍କ ହୋଶ ଉଡ଼ିଗଲା। କାହିଁକିନା, ସେଥିରେ ମାଉଥୱାଶ ବଦଳରେ ରେଡମୀର ଏକ ବ୍ରାଣ୍ଡ ନୂଆ ଫୋନ ଥିଲା।

ଏ ନେଇ ବ୍ୟକ୍ତି ଜଣକ ନିଜେ ସୋସିଆଲ ମିଡିଆ ଜରିଆରେ ଆମାଜନ କମ୍ପାନୀକୁ ସୂଚନା ଦେଇଥିଲେ। ତେବେ ଲୋକେଶ ଡାଗା ନାମକ ଏହି ବ୍ୟକ୍ତିଙ୍କ କହିବା ହେଲା, ଡେଲିଭର କରାଯାଇଥିବା ଆଇଟମ ଉପରେ ପ୍ୟାକେଜ ଲେବଲ ତାଙ୍କ ନାଁରେ ଥିଲା, କିନ୍ତୁ ଚାଲାଣ ଆଉ କାହା ନାଁରେ ଥିଲା। ଆମାଜନ ଭୁଲରେ ତାଙ୍କୁ ଏକ ରେଡମୀ ନୋଟ ୧୦ ସ୍ମାର୍ଟଫୋନ ଦେଇ ଦେଇଥିଲା।

ଲୋକେଶ ଏକ ଇମେଲ ମାଧ୍ୟମରେ ଜଣାଇ କମ୍ପାନୀକୁ ଉକ୍ତ ସ୍ମାର୍ଟଫୋନ ଫେରାଇ ଦେବାକୁ ଚାହିଁଥିଲେ। କିନ୍ତୁ ଆମାଜନ ସ୍ମାର୍ଟଫୋନ ଫେରାଇ ନେବାକୁ ଚାହିଁ ନ ଥିଲା। କାରଣ, ମାଉଥୱାଶ ଭଳି ଉତ୍ପାଦ ଉପରେ କମ୍ପାନୀ ଫେରାଇବା ନୀତିକୁ ଅନୁମତି ଦେଇ ନ ଥାଏ। କହି ରଖୁଛୁ, ଏହି ଫୋନର ଦାମ ବଜାରରେ ଏବେ ୧୩୦୦୦ ଟଙ୍କାରୁ ଅଧିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.