ରାପିଡ୍‌ ଭାବେ ବଢୁନି କରୋନା ସଂକ୍ରମଣ :DMET

ଭୁବନେଶ୍ବର: ରାପିଡ୍‌ ଭାବେ ବଢୁନି କରୋନା ସଂକ୍ରମଣ । ବର୍ତ୍ତମାନ ଆମ ରାଜ୍ୟର ସଂକ୍ରମିତଙ୍କ ସଂଖ୍ୟା ୮ରୁ ୧୦ ହଜାର ଭିତରେ ରହୁଛି। ଆମ ରାଜ୍ୟରେ ସଂକ୍ରମଣ ଗୋଟିଏ ସ୍ତରକୁ ଯାଇ ପାଖାପାଖି ସେଇଠି ରହିଯାଇଛି। କରୋନା ପଜିଟିଭ ଡବଲିଙ୍ଗ୍‌ ହେଉନି ଏବେ ଡାଉନ୍‌ ଟ୍ରେଣ୍ଡ ଦେଖାଯାଉଛି। ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ରାଜ୍ୟ ମାସକ ପୂର୍ବରୁ ପିକ୍‌ ହୋଇଥିଲା।

ଏବେ ସେଠାରେ ସଂକ୍ରମଣ ସଂଖ୍ୟା କମୁଛି। ୧୫ ଦିନ ପୂର୍ବରୁ ଅନେକ ଲୋକ କ୍ରିଟିକାଲ ଥିଲେ। ତେଣୁ ଏବେ ମୃତ୍ୟୁ ଟିକିଏ ବଢୁଛି। ଆମେ ଏବେ ଭଲ ସ୍ଥିତିରେ ଅଛୁ। ତୃତୀୟ ଲହର ଅନେକ ଦେଶରେ ଆସିନି। ମାତ୍ର ଆସିବ କି ନାହିଁ ବୋଲି କହି ହେବ ନାହିଁ। ତେଣୁ ଆମେ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବା ନିହାତି ଆବଶ୍ୟକ ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.