ପରିବାର କରୁଥିଲେ ଅନ୍ତିମ ସଂସ୍କାର ର ବ୍ୟବସ୍ଥା, ମୃତ୍ୟୁର ଗୋଟିଏ ଦିନ ପରେ ବଞ୍ଚି ଉଠିଲେ ମହିଳା

ଫରିଦକୋଟ :  ବେଳେ ବେଳେ ଏମିତି ହୁଏ ଯାହାକୁ ଶୁଣିଲେ ବିଶ୍ୱାସ କରିହୁଏନି । ମଲା ମଣିଷ ବଞ୍ଚି ଉଠିବା ଖବର କ୍ୱଚିତ୍‌ ଶୁଣିଥିବେ । ଏପରି ଏକ ଘଟଣା ଘଟିଛି ପଞ୍ଜାବ ଫରିଦାକୋଟ ଜିଲ୍ଲାର ଆମ୍ବେଦକର ନଗର କଲୋନୀରେ ।

ଏଠାରେ ଗୁରଞ୍ଜଟ ସିଂହ ଙ୍କ ପରିବାର ବାସ କରନ୍ତି । ଗୁରଞ୍ଜଟଙ୍କ ୭୫ ବର୍ଷ ବୟସ୍କା ମା’ଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଘର ଲୋକେ ପ୍ରସ୍ତୁତ ହେଉଥିଲେ । ଡାକ୍ତର ମଧ୍ୟ ତାଙ୍କର ମୃତ୍ୟୁ ଖବର ଶୁଣାଇ ଦେଇଥିଲେ । ପରିବାର ଲୋକେ ସମସ୍ତ ବନ୍ଧୁ ବାନ୍ଧବଙ୍କୁ ମଧ୍ୟ ଡାକି ସାରିଥିଲେ । ହେଲେ ଅଚାନକ ମୃତ୍ୟୁ ଶଯ୍ୟାରେ ଶୋଇଥିବା ବୃଦ୍ଧ ଜଣକ ହଲିବାକୁ ଲାଗିଲେ ।

ଗୁରଞ୍ଜଟ ଏହା ଦେଖି ତୁରନ୍ତ ଡାକ୍ତରଙ୍କୁ ଡାକିଲେ । ଡାକ୍ତର ଆସି ବୃଦ୍ଧଙ୍କୁ ପରୀକ୍ଷା କରିବାର କିଛି ସମୟ ପରେ ସେ ବଞ୍ଚି ଉଠିଲେ । ଏହା ଦେଖି ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା । ମୃତ୍ୟୁର ଗୋଟିଏ ଦିନ ପରେ ମହିଳା ବଞ୍ଚି ଉଠିବା ଖବର  ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.