Below header

ଜୁନ ମାସରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ସାରାଦେଶରେ ଚଳିତବର୍ଷ ମୌସୁମୀ ବୃଷ୍ଟିପାତ ସ୍ୱାଭାବିକ ରହିବ । ମୋଟାମୋଟି ଭାବେ ସାରାଦେଶରେ ୧୦୧ ପ୍ରତିଶତ ମୌସୁମୀ ବର୍ଷା ହେବ । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ଓ ଭୂବିଜ୍ଞାନ ମନ୍ତ୍ରାଳୟ। ଜୁନରୁ ସେପ୍ଟେମ୍ବର ମଧ୍ୟରେ ଲଙ୍ଗ ପିରିୟଡ ଏଭେରେଜ ବା LPA ୯୬ରୁ ୧୦୪ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।

ମୌସୁମୀ ସମ୍ପର୍କିତ ଦ୍ୱିତୀୟ ପର୍ଯ୍ୟାୟ ଆକଳନରେ IMD ଏହି ସୂଚନା ଦେଇଛି । ଜୁନ ମାସରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି । ବର୍ଷା ଉପରେ ନିର୍ଭର କରି ଯେଉଁ ସବୁ ଅଞ୍ଚଳରେ ଚାଷ କାର୍ଯ୍ୟ କରାଯାଏ, ସେଠାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷାର ସମ୍ଭାବନା ରହିଛି । କେନ୍ଦ୍ର ଭୂ ବିଜ୍ଞାନ ସଚିବ ମାଧବନ ରାଜିଭନ୍‌ କହିଛନ୍ତି ଯେ, ମୌସୁମୀ ଯୋଗୁଁ ଭଲ ଚାଷ ହେବ ଓ ଅର୍ଥନୀତି ସୁଦୃଢ଼ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.