ଘର ଭିତରୁ ଯୁବକ, ଯୁବତୀଙ୍କ ମୃତଦେହ ଉଦ୍ଧାର

କୋରାପୁଟ(କେନ୍ୟୁଜ୍‌): ଘର ଭିତରୁ ଯୁବକ, ଯୁବତୀଙ୍କ ମୃତଦେହ ଉଦ୍ଧାର। କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଏହି ଅଭାବନୀୟ ଘଟଣା ଘଟିଛି। ଡୁମସିଲ ଗାଁ ନିକଟ ଏକ କୁଡିଆ ଘରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଡୁମସିଲ ଗାଁର ହୋଇଥିବାବେଳେ ଯୁବତୀ ଜଣକ ଭାଲିଆପୁଟର।

ଯୁବକ ଜଣକ ଆଗରୁ ବିବାହିତ ଏବଂ ତାଙ୍କର ୨ଟି ଛୁଆ ଅଛନ୍ତି। ମୃତ ଯୁବତୀ ମଧ୍ୟ ବିବାହିତ। ତେବେ ଦୁଇ ଜଣ ଯାକ ଘର ଛାଡି ଡୁମସିଲ ଗାଁ ନିକଟରେ ଏକ କୁଡିଆ ଘରେ ରହୁଥିଲେ। ଆଜି ସକାଳୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ଦୁଇ ଜଣ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ସେନେଇ ତଦନ୍ତ କରୁଛ ନାରାୟଣପାଟଣା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.