ଗିରଫ ପରୱାନା ଜାରି କରାଯାଇଥିବା ଆସାମୀଙ୍କୁ ଅଦାତଲଙ୍କ ନିର୍ଦ୍ଦେଶ, ଆତ୍ମସମର୍ପଣ କର ନହେଲେ…

ମାଇକ୍ ଧରି ଅଭିଯୁକ୍ତଙ୍କ ଘର ସାମ୍ନାରେ ପହଁଚିଲେ ପୋଲିସ୍ ବାବୁ । ଆଉ କହିଲେ ମାନ୍ୟବର ଅଦାଲତଙ୍କୁ ଅବମାନନା କରି ଗିରଫ ପରୱାନା ଜାରି କରାଯାଇଥିବା ସତ୍ୱେ ଅଭିଯୁକ୍ତ ଆତ୍ମସମର୍ପଣ କରୁନଥିବାରୁ ଆସନ୍ତା ୩୦ ଦିନ ଭିତରେ ଯଦି ଅଭିଯୁକ୍ତ ମାନ୍ୟବର ଅଦାଲତରେ ନିକଟରେ ଆତ୍ମସମର୍ପଣ ନକରନ୍ତି ତେବେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତି ବାର୍ଜ୍ୟାପ୍ତି କିମ୍ବା ନିଲାମ କରାଯିବ ।

କୋରାପୁଟ(କେନ୍ୟୁଜ):  ମାଇକ୍ ଧରି ଅଭିଯୁକ୍ତଙ୍କ ଘର ସାମ୍ନାରେ ପହଁଚିଲେ ପୋଲିସ୍ ବାବୁ । ଆଉ କହିଲେ ମାନ୍ୟବର ଅଦାଲତଙ୍କୁ ଅବମାନନା କରି ଗିରଫ ପରୱାନା ଜାରି କରାଯାଇଥିବା ସତ୍ୱେ ଅଭିଯୁକ୍ତ ଆତ୍ମସମର୍ପଣ କରୁନଥିବାରୁ ଆସନ୍ତା ୩୦ ଦିନ ଭିତରେ ଯଦି ଅଭିଯୁକ୍ତ ମାନ୍ୟବର ଅଦାଲତରେ ନିକଟରେ ଆତ୍ମସମର୍ପଣ ନକରନ୍ତି ତେବେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତି ବାର୍ଜ୍ୟାପ୍ତି କିମ୍ବା ନିଲାମ କରାଯିବ । ହଁ ଆଜ୍ଞା ଅଭିଯୁକ୍ତଙ୍କ ପାଇଁ ଏବେ କଠୋର ନୀତି ଆପଣାଇଛନ୍ତି ଅଦାଲତ ।

ଖାସ୍ କରି ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ରକ୍ଷା କରିବା ସକାଶେ କୋରାପୁଟ ପୋଲିସ୍ ସକ୍ରିୟ ହୋଇପଡିଛି । ବିଭିନ୍ନ ମାମଲାରେ ଅଭିଯୁକ୍ତ ହୋଇଥିବା ଆସାମୀମାନେ ବାରମ୍ବାର ଅଦାଲତଙ୍କର ଅଦେଶ ସତ୍ୱେ ହାଜର ହେଉନଥିବାରୁ ଅଦାଲତ ପଳାତକ ଘୋଷଣା କରିଛନ୍ତି । ତୁରନ୍ତ ସ୍ଥାନୀୟ ଥାନା ବା ଅଦାଲତରେ ହାଜିର ହେବାକୁ ନୋଟିସ ଜାରି କରିଛନ୍ତି ।

ଅଦାଲତଙ୍କର ନୋଟିସ ପରେ କୋରାପୁଟ ଜିଲ୍ଲାର ପଟାଙ୍ଗି,ଦାମନଜୋଡି ,କୋରାପୁଟ ,କୋଟପାଡ,ବୋରିଗୁମା ଥାନା ପୋଲିସ ଫେରାର ଆସାମୀ ମାନଙ୍କ ଘରେ ପଳାତକ ଘୋଷଣା କରି ନୋଟସ୍ ମରାଯାଇଛି । ଖୁବ ଶୀଘ୍ର ଆତ୍ମ ସମର୍ପଣ ନକଲେ ଆସାମୀ ମାନଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତିକୁ ଜବତ କରାଯିବ ବୋଲି ଡାକବାଜି ଯନ୍ତ୍ର ମାଧ୍ୟରେ ଆସାମୀ ମାନଙ୍କ ଘର ସମ୍ମୁଖରେ ଘୋଷଣା କରିଛି ପୋଲିସ୍ ।

ଦାମନଜୋଡି ଥାନାର ବିଜୟ ମୁଦୁଲି , ପଟାଙ୍ଗି ଥାନାର ପୁକାଲି ଗ୍ରାମର ମୁରଲି ରାଜୁଙ୍କ ଘରେ ଏହି ନୋଟିସ୍ ଲଗାଯାଇଛି । ଆଇନକୁ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋରାପୁଟ ଏସପି ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.