ଆଇପିଏଲ ୨୦୨୪: ପଞ୍ଜାବ କିଙ୍ଗସକୁ ୪ ୱିକେଟରେ ହରାଇଲା ବେଙ୍ଗାଳୁରୁ

IPLରେ ପଞ୍ଜାବକୁ ହରାଇଲା ବେଙ୍ଗାଳୁରୁ । ଚଳିତ ଆଇପିଏଲର ଷଷ୍ଠ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୪ ୱିକେଟରେ ପରାସ୍ତ କଲା ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ । ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ସାଙ୍ଗକୁ ଦୀନେଶ କାର୍ତ୍ତିକଙ୍କ ଲଢୁଆ ବ୍ୟାଟିଂ ବଳରେ ବିଜୟ ହାସଲ କରିଛି ବେଙ୍ଗାଳୁରୁ ।

IPLରେ ପଞ୍ଜାବକୁ ହରାଇଲା ବେଙ୍ଗାଳୁରୁ । ଚଳିତ ଆଇପିଏଲର ଷଷ୍ଠ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୪ ୱିକେଟରେ ପରାସ୍ତ କଲା ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ । ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ସାଙ୍ଗକୁ ଦୀନେଶ କାର୍ତ୍ତିକଙ୍କ ଲଢୁଆ ବ୍ୟାଟିଂ ବଳରେ ବିଜୟ ହାସଲ କରିଛି ବେଙ୍ଗାଳୁରୁ । ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗସ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୬ ରନ୍ ସଂଗ୍ରହ କରିଥିଲା ।

ଦଳ ପକ୍ଷରୁ ଶିଖର ଧୱନ ୩୫ ବଲରେ ୪୫ ରନ୍, ପ୍ରଭସିମରନ୍ ୨୫ ରନ୍, ସାମ କୁରାନ ୨୩ ରନ୍ ଓ ଜିତେଶ ଶର୍ମା ୨୭ ରନ୍ ସଂଗ୍ରହ କରିଥିଲେ । ବିରାଟ କୋହଲି ବ୍ୟକ୍ତିଗତ ଭାବେ ୪୯ଟି ବଲରୁ ୧୧ ଟି ଚୌକା, ୨ଟି ଛକା ସହ ୭୭ ରନ୍ ସଂଗ୍ରହ କରିଥିବା ବେଳେ ଦୀନେଶ କାର୍ତ୍ତିକ ୨୯ ଓ ମହିପାଲ ଲାମରୋର ୧୭ ରନ୍ କରି ଅପରାଜିତ ରହିଥିଲେ । ଆଉ ମାତ୍ର ୪ଟି ବଲ୍ ବାକି ଥିବା ବେଳେ ବିଜୟଲକ୍ଷ୍ୟ ହାସଲ କରିଥିଲା ବେଙ୍ଗାଳୁରୁ । ଚଳିତ ସିଜିନରେ ଏହା ବେଙ୍ଗାଳୁରୁର ପ୍ରଥମ ବିଜୟ । ଆଜି ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.