ପାକିସ୍ତାନରେ ପୁଣି ଆକ୍ରମଣ, ନାଭାଲ ଏୟାରବେସ ଉପରେ ଆକ୍ରମଣ,

ପାକିସ୍ତାନ ବାଲୁଚିସ୍ତାନର ତୁର୍ବତରେ ସ୍ଥିତ ପାକିସ୍ତାନର ଦ୍ୱିତୀୟ ବଡ଼ ନାଭାଲ ଏୟାର ଷ୍ଟେସନ PNS Siddique ଉପରେ ଆକ୍ରମଣ ହୋଇଛି । ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବିସ୍ଫୋରଣ ହୋଇଛି। ତେବେ ବାଲୁଚିସ୍ତାନ ଲିବରେସନ ଆର୍ମି(BLA)ର Majeed Brigade ଏହି ଆକ୍ରମଣ କରିଥିବା ଦାବି କରିଛନ୍ତି ।

ପାକିସ୍ତାନରେ ଆକ୍ରମଣ ଥମିବାରେ ନାଁ ଧରୁନି । ପାକିସ୍ତାନ ବାଲୁଚିସ୍ତାନର ତୁର୍ବତରେ ସ୍ଥିତ ପାକିସ୍ତାନର ଦ୍ୱିତୀୟ ବଡ଼ ନାଭାଲ ଏୟାର ଷ୍ଟେସନ PNS Siddique ଉପରେ ଆକ୍ରମଣ ହୋଇଛି । ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଏୟାର ବେସ୍‌ରେ ଘନ ଘନ ଗୁଳିମାଡ଼ ସହ ବୋମା ବିସ୍ଫୋରଣ ହୋଇଛି। ତେବେ ବାଲୁଚିସ୍ତାନ ଲିବରେସନ ଆର୍ମି(BLA)ର Majeed Brigade ଏହି ଆକ୍ରମଣ କରିଥିବା ଦାବି କରିଛନ୍ତି । ସପ୍ତାହକ ଭିତରେ ପାକିସ୍ତାନ ଉପରେ ଦ୍ବିତୀୟ ଆକ୍ରମଣ ।

ସୂଚନା ମୁତାବକ, ବିଏଲଏ ମଜିଦ ବିଗ୍ରେଡର ଆତଙ୍କବାଦୀମାନେ ଏୟାର ବେସରେ ପ୍ରବେଶ କରିବା ସହ ବିସ୍ଫୋରଣ କରିଛନ୍ତି । ଏଥିସହ ଆଖିବୁଜା ଗୁଳି ଚାଳନା ମଧ୍ୟ କରାଯାଇଛି । ଏହି ଆକ୍ରମଣରେ ମୃତାହତ ନେଇ କୌଣସି ସୂଚନା ମିଳି ନଥିବା ବେଳେ ଏଥିପାଇଁ ବେଲୁଚିସ୍ତାନ ଲିବରେସନ ଆର୍ମୀ ନିଜକୁ ଦାୟୀ କରିଛି ।

ସୂଚନାଯୋଗ୍ୟ, ଜାନୁଆରୀ ୨୯ରେ ଗ୍ଵାଦରରେ ଥିବା ସୈନ୍ୟ ମୁଖ୍ୟାଳୟରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିଲା । ପାକିସ୍ତାନର ଅଶାନ୍ତ ଦକ୍ଷିଣ-ପଶ୍ଚିମ ବଲୁଚିସ୍ତାନ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଏଥିରେ ୨ ନାଗରିକ ଏବଂ ୪ ଆଇନ ପ୍ରବର୍ତ୍ତନ ଏଜେଣ୍ଟଙ୍କ ସମେତ ୧୫ ଜଣ ପ୍ରାଣ ହରାଇଥିଲେ ।

ପାକିସ୍ତାନ ଗ୍ବାଦର ବନ୍ଦରରେ ଆତଙ୍କବାଦୀ ହମଲା  ୮ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି । ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ବେଲୁଚିସ୍ତାନ ଲିବରେସନ୍ ଆର୍ମୀ । ଆତଙ୍କବାଦୀମାନେ ପଶି ଗ୍ବାଦର ବନ୍ଦର ଅଥରିଟି ଜେନ୍ ଭିତରକୁ ପଶି ଆସି ଆଖିବୁଜା ଗୁଳିମାଡ଼ କରିଥିଲେ। ଗୁଳିମାଡ଼ କରିବା ପୂର୍ବରୁ ଶକ୍ତିଶାଳୀ ବିସ୍ଫୋରଣ କରିଥିଲେ । ବନ୍ଦର ପରିସରରେ ଥିବା ଦୁଇଟି ଫାଟକକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । ପରେ ଆକ୍ରମଣକାରୀଙ୍କ ଉପରେ ପାଲଟା ଗୁଳିମାଡ଼ କରିଥିଲେ ସୁରକ୍ଷାକର୍ମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.