ଜେଲରେ ବିଗିଡିଲା ମାଫିଆ ମୁଖତାର ଅନସାରୀଙ୍କ ସ୍ୱାସ୍ଥ୍ୟବସ୍ଥା, ଆଇସିୟୁରେ ଭର୍ତ୍ତି

ଉତ୍ତର ପ୍ରଦେଶ ସ୍ଥିତ ବାନ୍ଦା ଜେଲରେ ଥିବା କୁଖ୍ୟାତ ମାଫିଆ ମୁଖତାର ଅନସାରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି । ବାନ୍ଦା ସ୍ଥିତ ହସ୍ପିଟାଲ ICUରେ ତାଙ୍କର ଚିକିତ୍ସା ଚାଲିଛି । ଏନେଇ ହସ୍ପିଟାଲ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଉତ୍ତର ପ୍ରଦେଶ ସ୍ଥିତ ବାନ୍ଦା ଜେଲରେ ଥିବା କୁଖ୍ୟାତ ମାଫିଆ ମୁଖତାର ଅନସାରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି । ବାନ୍ଦା ସ୍ଥିତ ହସ୍ପିଟାଲ ICUରେ ତାଙ୍କର ଚିକିତ୍ସା ଚାଲିଛି । ଏନେଇ ହସ୍ପିଟାଲ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କିଛି ଦିନ ପୂର୍ବରୁ ମୁଖତାର ଅନସାରୀ ନିଜ ଜୀବନ ପ୍ରତି ବିପଦ ଥିବା କହିଥିଲେ । ତାଙ୍କୁ କେହି ବିଷ ଦେଇ ମାରିବାର ଷଡ଼ଯନ୍ତ୍ର କରୁଛି ବୋଲି କୋର୍ଟରେ କହିଥିଲେ ।

ମୁଖତାର ଅନସାରୀଙ୍କ ଉପରେ ଅନେକ ଅପରାଧିକ ମାମଲା ରହିଛି । ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାକୁ ନେଇ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଜେଲ ପ୍ରଶାସନ ଚୁପ୍ ଅଛନ୍ତି । ନିକଟରେ ମୁଖତାରଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବହେଳା ଯୋଗୁଁ ଜଣେ ଜେଲର ଏବଂ ୨ ଡେପୁଟି ଜେଲରଙ୍କୁ ସସପେଣ୍ଡ୍ କରାଯାଇଥିଲା ।

ମୁଖତାର ଅନସାରୀ କୋର୍ଟରେ ଏକ ଆବେଦନ କରିଥିଲେ ଯେ, ମାର୍ଚ୍ଚ ୧୯ରେ ତାଙ୍କୁ ବିଷାକ୍ତ ଖାଦ୍ୟ ଦିଆଯାଇଥିଲା । ଏହା ପରଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିଲା । ଦୟାକରି ଡାକ୍ତରଙ୍କ ଏକ ଟିମ ଦ୍ୱାରା ମୋ ଚିକିତ୍ସା କରାନ୍ତୁ । ଏହାର ୪୦ ଦିନ ପୂର୍ବରୁ ବି ମୋତେ ବିଷ ଦେଇ ମାରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା । ଏହା ପରେ ଏକ ଡାକ୍ତରୀ ଟିମ୍ ମୁଖତାରଙ୍କ କିଛି ଟେଷ୍ଟ କରିବା ସହ ଚିକିତ୍ସା କରିଥିଲେ ।

ସୂଚନାଯୋଗ୍ୟ, ୩୬ବର୍ଷ ପୂର୍ବେ ଘଟିଥିବା ନକଲି ଅସ୍ତ୍ର ଲାଇସେନ୍ସ ମାମଲାରେ ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ତଥା ମାଫିଆ ମୁଖତାର ଅନସାରୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଥିଲା । ବାରାଣସୀର ଏମ୍ପି-ଏମ୍ଏଲ୍ଏ କୋର୍ଟ ମୁଖତାର୍ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ପ୍ରକାଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.