ସରକାର୍ କା ମାଲ୍ ଦରିୟା ମେ ଡାଲ୍: ପୋଲ ଉଦଘାଟନର ୧୫ଦିନ ପୂରିନି, ବର୍ଷାରେ ଧସିଗଲା

ପୋଲ ଉଦଘାଟନକୁ ୧୫ଦିନ ବି ହେଇନି, ହେଲେ ଧସିପଡିଲା ସଂଯୋଗୀକରଣ ରାସ୍ତା । କି କଥା କହିଲେ ଏଗୁଡାକ । କଥାରେ ଅଛି ସରକାର୍ କା ମାଲ୍ ଦରିୟା ମେ ଡାଲ୍ । ଅର୍ଥାତ୍ ସରାକରୀ ସମ୍ପତ୍ତି ନଷ୍ଟ ହେଉଥିବାର ଦେଖିଲେ ଲୋକେ ଏଭଳି କିଛି କଟୁକ୍ତି କରି କହିଥାନ୍ତି ।

ଆଳି(କେନ୍ୟୁଜ): ପୋଲ ଉଦଘାଟନକୁ ୧୫ଦିନ ବି ହେଇନି, ହେଲେ ଧସିପଡିଲା ସଂଯୋଗୀକରଣ ରାସ୍ତା । କି କଥା କହିଲେ ଏଗୁଡାକ । କଥାରେ ଅଛି ସରକାର୍ କା ମାଲ୍ ଦରିୟା ମେ ଡାଲ୍ । ଅର୍ଥାତ୍ ସରାକରୀ ସମ୍ପତ୍ତି ନଷ୍ଟ ହେଉଥିବାର ଦେଖିଲେ ଲୋକେ ଏଭଳି କିଛି କଟୁକ୍ତି କରି କହିଥାନ୍ତି । ତେବେ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ପଡିଛି ଏମିତି ଏକ ଘଟଣା । କେନ୍ଦ୍ରାପଡା ଜିଲ୍ଲା ଆଳି ପଦନିପାଳ ସେତୁର ସଂଯୋଗୀକରଣ ରାସ୍ତାଟି ୪ଦିନ ତଳେ ବର୍ଷା ପାଣିରେ ଧୋଇ ହୋଇଯାଇଛି । ଫଳରେ ପଦନିପାଳ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ପୋଲ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥାର ନିମ୍ନମାନର କାର୍ଯ୍ୟ ଯୋଗୁ ସଂଯୋଗୀକରଣ ରାସ୍ତାଟି ବର୍ଷାପାଣିରେ ଧୋଇ ଯାଇଥିବାର ଲୋକେ ଅଭିଯୋଗ କରିଛନ୍ତି।ପଦନିପାଳ,ଦୈତାରିପୁର ଓ କଳମଡ଼ା ଶାସନର ୫ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ପଦନିପାଳ ପଞ୍ଚାୟତ ଗଠିତ ହୋଇଥିବା ବେଳେ ଏହି ପଞ୍ଚାୟତକୁ ଚାରିପଟରୁ କାଣି ଓ ଖରସ୍ରୋତା ନଦୀ ଘେରି ରହିଛି ।

ଫଳରେ ଏଠାକାର ଲୋକମାନେ ଚିରଦିନ ପାଇଁ ଜଳବନ୍ଦୀ ଜୀବନ ଅତିବାହିତ କରିଥାନ୍ତି । ପଦନିପାଳ ପଞ୍ଚାୟତବାସୀଙ୍କ ଦୀର୍ଘ ଦିନର ଦାବିପରେ ରାଜ୍ୟସରକାର ୨୬କୋଟି ବ୍ୟୟ ଅଟକଳରେ ଖରସ୍ରୋତା ନଦୀ ଉପରେ ଏକପୋଲ ନିର୍ମାଣ କରିବା ସହିତ ରାଜକନିକା ବ୍ଲକ ନାମତରା ପର୍ଯ୍ୟନ୍ତ ସେତୁ ସଂଯୋଗୀକରଣ ରାସ୍ତା କରିଥିଲେ। ଆଉ ଗତ ମାର୍ଚ୍ଚ ୯ତାରିଖ ଦିନ ଏହି ପଦନିପାଳ ପୋଲକୁ ଉଦଘାଟନ କରାଯାଇଥିଲା । ହେଲେ ବିଡ଼ମ୍ବନାର ବିଷୟ ଯେ, ଠିକାସଂସ୍ଥାର ମାନମୁଖୀ କାର୍ଯ୍ୟ ଯୋଗୁଁ ସଂଯୋଗୀକରଣ ରାସ୍ତା ଧୋଇହୋଇ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କ ପତିକ୍ରିୟା ମିଳିପାରିନାହିଁ ।

କେଇ ଦିନ ଭିତରେ ଧସି ପଡିଲା ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ ଏହି ପୋଲ । ସରକାରୀ ଉନ୍ନତିକରଣ ନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ, ଏପଟେ କିନ୍ତୁ ବାବୁମାନେ ତ ‘ସରକାର୍‌ କା ମାଲ୍‌ ଦରିଆ ମେ ଡାଲ୍‌’ ଚିନ୍ତାରେ । ଏହି ଘଟଣାରେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.