ବ୍ରହ୍ମପୁରରେ ଜେଇଇ ମେନ୍‌ ପରୀକ୍ଷା ଦେବାକୁ ପିପିଇ କିଟ୍‌ ପିନ୍ଧି ଆସିଲେ କରୋନା ପଜିଟିଭ୍‌ ଛାତ୍ର

ବ୍ରହ୍ମପୁର: ବ୍ରହ୍ମପୁରରେ ଜେଇଇ ମେନ୍‌ ପରୀକ୍ଷା ଦେବାକୁ ପିପିଇ କିଟ୍‌ ପିନ୍ଧି ଆସିଲେ କରୋନା ପଜିଟିଭ୍‌ ଛାତ୍ର । ଆମ୍ବୁଲାନ୍ସ ଯୋଗେ ଆସି ପରୀକ୍ଷା କେନ୍ଦ୍ରରେ ପହଂଚିଥିଲେ । ଆମ୍ବୁଲାନ୍‌ସରେ ଆସି ସିଧାସଳଖ ପରୀକ୍ଷା କେନ୍ଦ୍ରକୁ ପେରବେଶ କରିଥିଲେ।

ବ୍ରହ୍ମପୁରରେ ଜେଇଇ ମେନ୍‌ ପରୀକ୍ଷା ଦେବାକୁ ଆସିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ଓ ମୋ ପରିବାର ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି।  ବ୍ରହ୍ମପୁର ସହର ସମେତ ସହର ଉପକଣ୍ଠରେ ୪ଟି ସେଣ୍ଟର ହୋଇଛି ।  ଜେଇଇ ମେନ୍‌ ପରୀକ୍ଷାର ଆଜି ଦ୍ୱିତୀୟ ଦିନ । କୋଭିଡ କଟକଣା ଭିତରେ ଗତକାଲିଠୁ ଆରମ୍ଭ ହୋଇଛି ପରୀକ୍ଷା । ରାଜ୍ୟର ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.