ଖୁସି ଖବର ଦେଲା ଋଷର ସେକନୋଫ୍‌ ବିଶ୍ୱବିଦ୍ୟାଳୟ, ସଫଳ ହେଲା କରୋନା ଭ୍ୟାକସିନ୍ ପରୀକ୍ଷଣ

କେନ୍ୟୁଜ୍(ବ୍ୟୁରୋ):  ମନୁଷ୍ୟ ଦେହରେ କୋଭିଡ୍‌-୧୯ ଟିକାର ସଫଳ ପରୀକ୍ଷଣ ଦାବି କଲା ଋଷର ସେକନୋଫ୍‌ ବିଶ୍ୱବିଦ୍ୟାଳୟ । ରିସର୍ଚ୍ଚ ଟିମ୍‌ର ମୁଖ୍ୟ ମୁତାବକ, ଭଲ୍ୟୁଣ୍ଟର୍ସ ଉପରେ ହୋଇଥିବା ଭ୍ୟାକ୍‌ସିନ ପରୀକ୍ଷଣର ଭଲ ପ୍ରଭାବ ପକାଇଛି । ସୂଚନା ମୁତାବକ ଗବେଷଣା ସମ୍ପୂର୍ଣ୍ଣ ହୋଇଛି । ଭଲ୍ୟୁଣ୍ଟର୍ସଙ୍କୁ ଜୁଲାଇ ୧୫ ଓ ଜୁଲାଇ ୨୦ରେ ଛାଡି ଦିଆଯିବ ।

ଏହାପରେ ସେମାନଙ୍କୁ ନିରୀକ୍ଷଣରେ ରଖାଯିବ । ପ୍ରଥମ ଗ୍ରୁପ୍‌ ଭଲ୍ୟୁଣ୍ଟର୍ସ ଉପରେ ୧୮ ଜୁନ୍‌ ଓ ଦ୍ୱିତୀୟ ଗ୍ରୁପ୍‌ ଭଲ୍ୟୁଣ୍ଟର୍ସ ଉପରେ ଜୁନ ୨୩ରେ ପରୀକ୍ଷଣ କରାଯାଇଥିଲା । ଭାରତରେ ଋଷ ଦୂତାବାସ ତରଫରୁ କୋଭିଡ୍‌ ୧୯ରେ ବିଶ୍ୱର ପ୍ରଥମ ଭ୍ୟାକସିନ୍‌ ବୋଲି କହି ଟ୍ଵିଟ୍‌ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.