ମାଲକାନଗିରି: ପଞ୍ଚଭୂତରେ ଲୀନ ହେଲେ ସହିଦ ଯବାନ ଜୟରାମ କବାସୀ

ମାଲକାନଗିରି(କେନ୍ୟୁଜ୍): ପଞ୍ଚଭୂତରେ ଲୀନ ହୋଇଛନ୍ତି ମାଲକାନଗିରି ଜିଲ୍ଲାର ସହିଦ ଯବାନ ଜୟସିଂ କବାସୀ। ଗତକାଲି ଜନ୍ମମାଟି ସଦର ବ୍ଲକ ଅନ୍ତର୍ଗତ ସୋରିଷମାଳ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏକ ବିରାଟ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ଗାଁକୁ ଅଣାଯାଇଥିଲା। ବୀର ପୁଅକୁ ହରାଇ କାନ୍ଦୁଛି ପୂରା ଗାଁ। ପରିବାରରେ ଶୋକାକୂଳ ପରିବେଶ। ପୁଅକୁ ହରାଇ ବୃଦ୍ଧ ବାପା-ମାଆ ଭାଙ୍ଗି ପଡ଼ିଛନ୍ତି। ସ୍ତ୍ରୀଙ୍କ ଆଖିରୁ ବି ଶୁଖୁନି ଲୁହର ଧାର। ଜୟସିଂଙ୍କର ଏକ ଦେଢ଼ ବର୍ଷର ଝିଅ ଅଛି। ସହିଦଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ୟୋଗାଇ ଦିଆଯିବ। ଗତକାଲି ବଣ୍ଟାଘାଟିରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ସହିଦ ହୋଇଥିଲେ ଡିଭିଏଫ୍‌ ଯବାନ ଜୟସିଂ କବାସୀ। ତା ପୂର୍ବରୁ ତାଙ୍କ ଗୁଳିରେ ଦୁର୍ଦ୍ଦାନ୍ତ ମାଓବାଦୀ ରାକେଶ ସୋଢ଼ୀ ନିହତ ହୋଇଥିଲା।