Below header

ଓଡିଶାରେ ମେଲିଛି କି ବ୍ରାଉନସୁଗାର ବିଶାଳ ନେଟୱର୍କ ?, ଖୋର୍ଦ୍ଧା ପରେ ଆଜି ମୟୂରଭଞ୍ଜରୁ ୩.୨୮କେଜି ଧଳାଜହର ଜବତ କଲା STF

କେନ୍ୟୁଜ୍(ବ୍ୟୁରୋ):  ଧଳାଜହର ବେପାରୀଙ୍କ କବଳରେ  ଓଡିଶା।  କୋଟି କୋଟି  ଟଙ୍କା ବ୍ୟବସାୟ ପାଇଁ ଓଡିଶାରେ ମେଲିଛି ବିଶାଳ ନେଟୱର୍କ । ୧୦୦ କି ୨୦୦ ଗ୍ରାମ ନୁହେଁ ଏବେ କିଲୋ କିଲୋ  ସିଜ କରୁଛି ପୋଲିସ। ଯାହା ଓଡିଶା ପାଇଁ ଏକ ଚିନ୍ତା ଜନକ ବିଷୟ। କିଛି ଦିନ ପୂର୍ବେ ଖୋର୍ଦ୍ଧାରୁ ଏକ ହତ୍ଯାକରୀ ଠାରୁ ୩ କିଲୋ ୬୦୨ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା STF । ଏହି ଘଟଣାର ଦୁଇ  ସପ୍ତାହ ପରେ  ଏବେ ମୟୂରଭଞ୍ଜରୁ  ୩ କିଲୋ ୨୮୦ ଗ୍ରାମ  ବ୍ରାଉନସୁଗାର ଜବତ କରିଛି ଏସଟିଏଫ। ଆଜି ଆଜି ସକାଳ ୫ଟା ବେଳେ ଏହି  ବ୍ରଉନସୁଗାର ଜବତ କରିବା  ସହ ଜଣକୁ  ଗିରଫ କରିଛି ଏସଟିଏଫ।

୨୦୨୦ରେ ଏବେ ପର୍ଯ୍ୟନ୍ତ ୧୫ କେଜି ୬୪୮ ଗ୍ରାମ ଜବତ ହେଲାଣି। ୪୦ ଗିରଫ ହେଳେଣି।  ୨୦୧୩ ରୁ ୨୦୧୯ ରେ ୭ କେଜି ଜବତ ହୋଇଥିଲା । କିନ୍ତୁ ଚଳିତ ବର୍ଷ ସର୍ବାଧିକ ବ୍ରାଉନସୁଗାର ଜବତ ହୋଇଛି। ଗୁଇନ୍ଦା ବିଭାଗର ରିପୋର୍ଟ ଆଧାରରେ ଏହି ଚଢାଉ ହୋଇଥିଲା।  ଆଗକୁ ଏସଟିଏଫର ଏହି ପ୍ରଚେଷ୍ଟା ଜାରି ରହିବ ବୋଲି କ୍ରାଇମବ୍ରାଞ୍ଚ ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ତରଫରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.