ଦେଶରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ପଜିଟିଭ ସଂଖ୍ୟା, ଗତ ୨୪ ଘଣ୍ଟା ଭିତରେ ୩୮୯୦୨ ନୂଆ ଆକ୍ରାନ୍ତ ଚିହ୍ନଟ

ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ମାରାତ୍ମକ କରୋନା ଭାଇରସ । ଗତ ୨୪ ଘଣ୍ଟା ଭିତରେ ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏକାଥରେ ୩୮ ହଜାର ପାର କରିଛି ଦୈନିକ ଆକ୍ରାନ୍ତ ସଂଖ୍ୟା । ୩୮ ହଜାର ୯୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ସେହିପରି ୨୪ ଘଣ୍ଟାରେ ୫୪୩ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୬ ହଜାର ୮୧୬କୁ ବୃଦ୍ଧି ପାଇଛି । ସେପଟେ ଦେଶବ୍ୟାପୀ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮ରେ ପହଞ୍ଚିଛି । ଏଯାବତ ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ୭୩ ହଜାର ୩୭୯ରେ ପହଁଚିଥିବା ବେଳେ

ସୁସ୍ଥ ହେଲେଣି ୬ ଲକ୍ଷ ୭୭ ହଜାର ୪୨୩ ଜଣ । ଲଗାତାର ଚାରି ଦିନ ହେବ ଦେଶରେ ୩୦ ହଜାର ଉପରେ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ପାର କରିଛି । ରାଜ୍ୟରେ ମୋଟ୍‌ ୩ ଲକ୍ଷ ୯୩୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧ ହଜାର ୫୯୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୬୫ ହଜାର ୭୧୪ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ୧ ଲକ୍ଷ ୨୧ ହଜାର ୫୮୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ନେଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.