ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ, ଗଠନ ହେଲା ୪ଟି ଟିମ୍

ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାରେ ତଦନ୍ତ ଦାୟିତ୍ବ ନେଇଛି କ୍ରାଇମବ୍ରାଞ୍ଚ । ଏ ନେଇ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । କିଛି ସମୟ ତଳେ କ୍ରାଇମବ୍ରାଞ୍ଚର ଏକ ଟିମ ବଲାଙ୍ଗିର ଯାଇଛି । ଆବଶ୍ୟକ ହେଲେ ରାଜ୍ୟ ବାହାରକୁ ଯାଇ ତନାଘନା କରିବ।

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏ ନେଇ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । କିଛି ସମୟ ତଳେ କ୍ରାଇମବ୍ରାଞ୍ଚର ଏକ ଟିମ ବଲାଙ୍ଗିର ଯାଇଛି । ଆବଶ୍ୟକ ହେଲେ ରାଜ୍ୟ ବାହାରକୁ ଯାଇ ତନାଘନା କରିବ। ଏବେ ବଲାଙ୍ଗିର ପୋଲିସ ମାମଲାର ତଦନ୍ତ କରୁଛି। ପୋଲିସର ୪ଟି ଟିମ ଗଠନ କରିଥିବା ବେଳେ ରାଜ୍ୟ ବାହାରକୁ ଯାଇ ତଦନ୍ତ ଚଳାଇଛି । ବଲାଙ୍ଗିରରେ ଏକ କୋଚିଂ ସେଣ୍ଟରରୁ ମାଳମାଳ ନକଲି ଶିକ୍ଷାଗତ ପ୍ରମାଣପତ୍ର ମିଳିଛି । ଦେଶର ନାମୀଦାମୀ ୪୧ଟି ବିଶ୍ୱବିଦ୍ୟାଳୟ ଓ ଷ୍ଟେଟ ବୋର୍ଡର ସାର୍ଟିଫିକେଟ ହେଉଥିଲା ଡୁପ୍ଲିକେଟ ।

ଏହି ଘଟଣାରେ କୋଚିଂ ସେଣ୍ଟରର ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ତାଙ୍କ ସହଯୋଗୀ ଆଲୋକ ଉଦଗାତାଙ୍କ ସମେତ ୧୯ ଜଣଙ୍କୁ ଗିରଫ କରିଥିଲା ପୋଲିସ । ବଲାଙ୍ଗିର ଡାକ ବିଭାଗରେ ୮୩ଟି ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ଆଶାୟୀ ଆବେଦନ କରିଥିଲେ । ଶିକ୍ଷାଗତ ପ୍ରମାଣ ପତ୍ର ଯାଞ୍ଚ ସମୟରେ ୩୭ଜଣ ଆବେଦନକାରୀଙ୍କ ଶିକ୍ଷାଗତ ପ୍ରମାଣପତ୍ର ନକଲି ବୋଲି ଜଣାପଡିଥିଲା। ଜାଲ୍‌ ସାର୍ଟିଫିକଟ ଦେଇ ଆଉ କେଉଁମାନେ ଚାକିରି କରିଛନ୍ତି ତାହାର ତାଲିକା ପ୍ରସ୍ତୁତ କରାଯାଉଛି ।

ଏହି ଜାଲ ସାର୍ଟିଫିକେଟ୍ କାରବାର ଏକ ଚେନ୍ ଭଳି କାମ କରୁଥିଲା । ଦେଶର ୪୦ଟି ଶିକ୍ଷା ବୋର୍ଡର ଜାଲ୍ ସାର୍ଟିଫିକେଟ୍ ବହୁ ଛାତ୍ରଙ୍କୁ ବିକ୍ରି କରାଯାଇଥିବା ଜଣାପଡିଛି । ଯେ କୌଣସି ଛାତ୍ର ପ୍ରଥମେ ସାର୍ଟିଫିକେଟ୍ କିଣୁଥିଲା ସେ ଅନ୍ୟ ଛାତ୍ରଙ୍କୁ ମଧ୍ୟ ଜାଲ ସାର୍ଟିଫିକେଟ୍ ନେବାକୁ ଦଲାଲ ସାଜୁଥିଲା । ଚାକିରି ଆଶାୟୀ ଯୁବକଙ୍କୁ ଚେନ୍ କରି ୨୦୧୬ରୁ ଏହି କାରବାର ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଗୋଟିଏ ସାର୍ଟିଫିକେଟ୍ ପାଖାପାଖି ୫୦ ହଜାରରୁ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କାରେ ବିକ୍ରି ହେଉଥିଲା । ପୁଲିସ ପ୍ରାୟ ୫ ହଜାର ଫେକ୍ ସାର୍ଟିଫିକେଟ୍ ଜବତ କରିଥିବା ଜଣାପଡିଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟର ନକଲି ସିଲ୍ ଏବଂ ଷ୍ଟାମ୍ପ୍ ମଧ୍ୟ ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.