ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚର ଛାନଭିନ୍ : ସ୍ତ୍ରୀ ଓ ପୁତୁରାଙ୍କୁ ପଚରା ଉଚରା

ବହ୍ମପୁର (କେନ୍ୟୁଜ): ନବ ଦାସ ହତ୍ୟାକାରୀ ଗୋପାଳ ଦାସ ଘରେ କ୍ରାଇମବ୍ରାଞ୍ଚ ଟିମ୍‌ର ଛାନ୍‌ବିନ୍‌ । ଗୋପାଳ ଦାସର ବ୍ରହ୍ମପୁର ଶିଳ୍ପାଞ୍ଚଳରେ ଘରେ ସକାଳୁ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି ଖୋଳତାଡ଼ କରିଛି । ଗୋପାଳ ସ୍ତ୍ରୀ ଓ ଅନ୍ୟ ସମ୍ପର୍କୀୟଙ୍କୁ ପଚରାଉଚରା କରିଥିଲା ଟିମ୍‌ । ଗୋପାଳଙ୍କ ପଡିଶା ଘର ଲୋକଙ୍କୁ ମଧ୍ୟ ପଚରା ଉଚରା କରିଛି । ଏହାପରେ ବ୍ରହ୍ମପୁର ବସଷ୍ଟାଣ୍ଡ ଯାଇ ଛାନ୍‌ବିନ୍‌ କରିଛି ଟିମ୍‌ ।

ଗୋପାଳଙ୍କ ପାଇଁ ଯେଉଁ ବସ୍‌ରେ ଔଷଧ ପଠାଯାଉଥିଲା ସେନେଇ ବସ୍‌ ଡ୍ରାଇଭର ଏବଂ କର୍ମଚାରୀଙ୍କୁ ପଚରାଉଚରା କରିଛି । ବ୍ୟାଙ୍କ ଖାତା, ମେଡିକାଲ କାଗଜ ପତ୍ର ଯାଞ୍ଚ କରାଯାଇଛି । ପୂର୍ବରୁ ଗୋପାଳର ଭାଇ ସତ୍ୟ ନାରାୟଣଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ । ଦୁଇଦିନ ଧରି ମାରାଥନ ଜେରା କରିବା ପରେ ଛାଡ଼ି ଦେଇଥିଲା କ୍ରାଇମବ୍ରାଞ୍ଚ ଟିମ୍‌। ଗତକାଲି ଗୋପାଳ ପାଖକୁ ଯେଉଁ ବସରେ ଔଷଧ ପଠାଯାଉଥିଲା ତାର ଡ୍ରାଇଭର ଓ କର୍ମଚାରୀଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ତାଙ୍କ ପରିବାରବର୍ଗ, ସମ୍ପର୍କୀୟ, ସାଙ୍ଗସାଥୀ, ଚିକିତ୍ସା କରୁଥିବା ଡାକ୍ତର ଆଦିଙ୍କୁ ମିଶାଇ ପ୍ରାୟ ୨୦ରୁ ଅଧିକ ଜଣଙ୍କୁ ପଚରାଉଚରା ସରିଲାଣି କ୍ରାଇମବ୍ରାଞ୍ଚ । ଗୋପାଳର ସ୍ତ୍ରୀ ଓ ପୁତୁରାକୁ ପଚରାଉଚରା କରିଛି ଟିମ୍‌।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.