ମାନସ ସ୍ବାଇଁ ହତ୍ୟାକାଣ୍ଡ ପଛର ଏକମାତ୍ର କାରଣ ମେମୋରୀ ଚିପ୍‌ ନୁହେଁ, ଅନ୍ୟ କିଛି କାରଣ ଥିବା ଅନୁମାନ କରୁଛି କ୍ରଇମବ୍ରାଞ୍ଚ୍

କେନ୍ୟୁଜ୍(ବ୍ୟୁରୋ): ଚାନ୍ଦବାଲିର ପଳାଶପୁର ପରେ ଭୁବନେଶ୍ୱରର ଦୟାଲ ଆଶ୍ରମ । କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମ ସ୍ପଟ୍‌ରେ ଡେମୋ ଦେଖାଇଲେ ଶର୍ମିଷ୍ଠା । ମାନସଙ୍କୁ ପଳାଶପୁରରୁ ଅପହରଣ ପରେ ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମରେ ହତ୍ୟା କରାଯାଇଥିଲା । କଡ଼ା ସୁରକ୍ଷାରେ ଦୟାଲ ଆଶ୍ରମରେ ଶର୍ମିଷ୍ଠା ଡେମୋ ଦେଖାଇଛନ୍ତି । କେମିତି ମାନସଙ୍କୁ ହତ୍ୟା କରାଯାଇଥିଲା ତାର ଡେମୋ ଦେଖାଇଥିଲେ । ପ୍ରାୟ ୨୦ ମିନିଟ ଧରି ଡେମୋ ଦେଖାଇବା ବେଳେ ଭୋ ଭୋ କାନ୍ଦିଥିଲେ ଶର୍ମିଷ୍ଠା । ଏହାପରେ କ୍ରାଇମବ୍ରାଞ୍ଚ ଟିମ ତାଙ୍କୁ ନେଇ ନୟାଗଡ଼ ଯାଉଛି । ନୟାଗଡ଼ ରଣପୁରରେ ମାନସଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନରେ ସିନ୍‌ ରିକ୍ରିଏସନ ହେବ ।

ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଆଜି ପ୍ରଥମେ ଚାନ୍ଦବାଲି ପଳାଶପୁରରେ ୨ଟି ସ୍ଥାନରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌କୁ ଡେମୋ ଦେଖାଇଥିଲେ । ପ୍ରଥମେ ଚାନ୍ଦବାଲି ପଳାଶପୁରରେ ପହଞ୍ଚି କ୍ରାଇମସିନ୍‌ ରିକ୍ରିଏସନ୍‌ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌। ୨ଟି ସ୍ଥାନରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌କୁ ଡେମୋ ଦେଖାଇଥିଲେ । କେମିତି ମାନସଙ୍କୁ ଅପହରଣ କରାଯାଇଥିଲା, ଡେମୋ ଦେଖାଇଥିଲେ ଶର୍ମିଷ୍ଠା ରାଉତ । ହତ୍ୟାକାଣ୍ଡ ପଛର ଏକମାତ୍ର କାରଣ ମେମୋରୀ ଚିପ୍‌ ନୁହେଁ ବୋଲି ଅନୁମାନ କରାଯାଉଛି । ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାଲିଛି ମାରାଥନ୍‌ ଜେରା । ତିନି ଦିନ ହେଲା ଜେରାରେ କ୍ରାଇମବ୍ରାଞ୍ଚ ହାତରେ କିଛି ନୂଆ ସୁରାକ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.