ନବୀନ ନିବାସରେ ଭିଡ଼, ଟିକେଟ ମିିଳିବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବାକୁ ନେତାଙ୍କ ଗହଳି

ବିଜେଡିର ପ୍ରଥମ ପର୍ଯ୍ୟୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ନବୀନ ନିବାସରେ ଭିଡ଼ । ଉଭୟ ଲୋକସଭା ଓ ବିଧାନସଭା କ୍ଷେତ୍ର ପାଇଁ ଟିକେଟ ପାଇଥିବା ନେତା ଜଣଙ୍କ ପରେ ଜଣେ ଫୁଲତୋଡ଼ା ଧରି ନବୀନ ନିବାସ ଆସୁଛନ୍ତି । ଟିକେଟ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଆସୁଛନ୍ତି ନେତା ।

ଭୁବନେଶ୍ୱର (କେନ୍ୟୁଜ): ବିଜେଡିର ପ୍ରଥମ ପର୍ଯ୍ୟୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ନବୀନ ନିବାସରେ ଭିଡ଼ । ଉଭୟ ଲୋକସଭା ଓ ବିଧାନସଭା କ୍ଷେତ୍ର ପାଇଁ ଟିକେଟ ପାଇଥିବା ନେତା ଜଣଙ୍କ ପରେ ଜଣେ ଫୁଲତୋଡ଼ା ଧରି ନବୀନ ନିବାସ ଆସୁଛନ୍ତି । ଟିକେଟ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଆସୁଛନ୍ତି ନେତା ।

ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ଟିକେଟ ପାଇଥିବା ବିଧାୟକ ସୁବାସ ବେହେରା, ଦିଗପହଣ୍ଡିରୁ ବିପ୍ଲବ ପାତ୍ର, କବିସୂର୍ଯ୍ୟନଗର ଲତିକା ପ୍ରଧାନ, ନିରଞ୍ଜନ ପୂଜାରୀ, ଶ୍ରୀକାନ୍ତ ସାହୁ, ସଂତୃପ୍ତ ମିଶ୍ର, ଦିଲ୍ଲୀପ ତିର୍କୀ, କଟକ ସଦର ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା, ଆକାଶ ଦାସ ନାୟକ, ସୌଭିକ ବିଶ୍ଵାଳ, ଅଂଶୁମାନ ମହାନ୍ତି, ବିକ୍ରମ କେଶରୀ ଆରୁଖ, ପ୍ରତାପ ଦେବ , ଡାକ୍ତର ପ୍ରମୋଦ ମଲ୍ଲିକ, ସୁଶାନ୍ତ ସିଂ , ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମାନସ ମଙ୍ଗରାଜ, ଅରବିନ୍ଦ ମହାପାତ୍ର, ପ୍ରଫୁଲ୍ଲ ସାମଲ, ଟୁକୁନୀ ସାହୁ, ସୁଦାମ ମାରାଣ୍ଡି, ଅତୁନ ସବ୍ୟସାଚୀ, ପ୍ରମୁଖ ନବୀନ ନିବାସରେ ପହଂଚିଛନ୍ତି । ଟିକେଟ ଆଶାୟୀଙ୍କୁ ମଧ୍ୟ ନବୀନ ନିବାସ ଆସୁଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.